ରୁଦ୍ରନାରାୟଣ ପାଣି ଙ୍କର ସଦାଶିବପୁର ଗ୍ରସ୍ତ

0
185

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ,(୧୧/୦୯) : ସଦାଶିବପୁର ପଂଚାୟତ ଅନ୍ତର୍ଗତ ବଉଳପୁର ପାଟଣା ଗ୍ରାମର ଅକ୍ଷୟ ସାମଲ ଗତ 5 ତାରିଖ ଦିନ ମାଛମାରିବାକୁ ଯାଇଥିବା ବେଳେ ତାଙ୍କର ମୃତ୍ୟ ହୋଇଯାଇଥିଲା । ତାଙ୍କର ପରିବାରକୁ ଶ୍ରୀଯୁକ୍ତ ରୁଦ୍ରନାରାୟଣ ପାଣି ଦେଖାକରିବା ସହ ଶୋକକୁଳ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । 

ଏଥି ସଂଗେ ସଂଗେ ଉକ୍ତ ପଂଚାୟତର ସୁଦଡ଼ିହି କଟେଣୀ ଗ୍ରାମରେ ଆଜି ସକାଳେ ଅକାଳ ମୃତ୍ୟୁ ବରଣ କରିଥିବା ବିଜେପିର ବରିଷ୍ଠ ନେତା ରଞ୍ଜନ ରାଉତଙ୍କ ପରିବାରଙ୍କୁ ମଧ୍ୟ ଭେଟିଥିଲେ । ଉଭୟ ପରିବାରକୁ କିଭଳି ଭାବେ ସରକାରୀ ସହାୟତା ପ୍ରଦାନ କରାଯାଇପାରିବ ସେଥିପାଇଁ ସମସ୍ତ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ରୁଦ୍ରନାରାୟଣ ପାଣି । ଉକ୍ତ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଶ୍ରୀ ବନଜ ରଥ, ଚନ୍ଦନ ମହାଭୋଇ, ଅଶ୍ୱିନ ନାୟକ, ଆନନ୍ଦ ପାତ୍ର, ଅକୃର ଖଟୁଆ, ଲଷ୍ମୀଧର ସାହୁ ଙ୍କ ସମେତ ଅନେକ କାର୍ଯ୍ୟକାର୍ତ୍ତା ସାମିଲ ହୋଇଥିଲେ ।