ଓଡିଶା ସୀମାରେ ଆନ୍ଧ୍ର ମନ୍ତ୍ରୀଙ୍କର ଦବାଙ୍ଗଗିରିକୁ ବିରୋଧ କରି ଓଡ଼ିଶା ପ୍ରଗତି ଦଳର ଥାନାରେ ଅଭିଯୋଗ

0
172

ରିପୋର୍ଟ : ରଞ୍ଜିତ ବେହେରା //
ଢେଙ୍କାନାଳ,(୧୧/୦୯) : ଓଡିଶା ସୀମାରେ ଆନ୍ଧ୍ର ମନ୍ତ୍ରୀଙ୍କର ଦବାଙ୍ଗଗିରିକୁ ବିରୋଧ କରି ଆଜି ଓଡିଶା ପ୍ରଗତି ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଗିରିଜା ପ୍ରସାଦ ମହାନ୍ତି ଢେଙ୍କାନାଳର ଟାଉନ ଥାନାରେ ଏକ ମାମଲା ରୁଜୁ କରିଛନ୍ତି ।dkl1 ଓଡିଶା ସୀମାରେ ଆନ୍ଧ୍ର ମନ୍ତ୍ରୀଙ୍କର ଦବାଙ୍ଗଗିରିକୁ ବିରୋଧ କରି ଓଡ଼ିଶା ପ୍ରଗତି ଦଳର ଥାନାରେ ଅଭିଯୋଗ

ବିଗତ ଅତୀତରେ ଗଜପତି ଜିଲ୍ଲାର ଗଙ୍ଗାବାଳ ସୀମାରେ ପଶ୍ଚିମ ଓଡ଼ିଶାର ଅଧିକାରୀଙ୍କୁ ଓଡିଶା ସୀମାରେ ଆନ୍ଧ୍ର ର ମନ୍ତ୍ରୀ ମହୋଦୟ ଶ୍ରୀ ଅପାଲୁ ରାଜ ନାଲି ଆଖି ଦେଖେଇ ହତ୍ୟା ଧମକ ଦେବା , ଗାଳି ଗୁଲଜ କରିବା ଓ ସେଠାକାର ଅଙ୍ଗନବାଡ଼ି କେନ୍ଦ୍ରକୁ ଭାଙ୍ଗି ଦେବା ଆଦି ଧମକ ଦେବା ସହ ବିଭିନ୍ନ ପ୍ରକାରର କଟୁ ମନ୍ତବ୍ୟ ପ୍ରଦାନ କରିଛନ୍ତି , ଯାହାକି ସଂପୂର୍ଣ ବେଆଇନ୍ ଓ ଅଗଣତାନ୍ତ୍ରୀକ ଅଟେ ।

ତେଣୁ ଏଥି ପାଇଁ ଓଡ଼ିଶା ପ୍ରଗତି ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ହିସାବରେ ଶ୍ରୀଯୁକ୍ତ ମହାନ୍ତି ଓଡ଼ିଶାର ସ୍ବାଭିମାନ ଓ ସୀମାର ସୁରକ୍ଷା, ଓଡ଼ିଶା ଭିତରେ ପଶି ଯେଉଁ ଆଇନ୍‌କୁ ହାତକୁ ନେବା ସହ ଗଣତନ୍ତ୍ର ବିରୋଧି ମନ୍ତବ୍ୟ ପ୍ରଦାନ କରିବାର ଯେଉଁ ଆଚରଣ କରିଛନ୍ତି ତା’ର ବିଧିବଦ୍ଧ ତଦନ୍ତ କରି ଦୋଷି ମନ୍ତ୍ରୀ ଅପାଲୁ ରାଜ ଓ ତାଙ୍କର ସହଯୋଗୀଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ଦାୟର କରି ତାଙ୍କୁ ତୁରନ୍ତ ଗିରଫ କରିବାକୁ ଅଭିଯୋଗରେ ଲେଖିଛନ୍ତି ।

ତାଙ୍କର ଏହି ଏତଲାର ନକଲ ଜାତୀୟ ମାନବାଧିକାର କମିଶନ, ଜାତୀୟ ନିର୍ବାଚନ ଅଧିକାରୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜିଙ୍କୁ ପଠେଇଛନ୍ତି । ଏତଲା ଦେବା ସମୟରେ ତାଙ୍କ ସହ ଜିଲ୍ଲା ଓଡିଶା ପ୍ରଗତିଦଳର ସଭାପତି ପ୍ରତାପ କୁମାର ପଣ୍ଡା, ଅନ୍ୟ ସଦସ୍ୟ ନୁରୂଲ ଇସଲାମ ଏବଂ ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।