ଢେଙ୍କାନାଳର ବିଭିନ୍ନ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟରେ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ପାଳିତ

0
186

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୧୭/୦୯) : ଆଜି ହେଉଛି ପବିତ୍ର ବିଶ୍ୱକର୍ମା ପୂଜା । ଆଜି ଓଡିଶା ର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ବିଶ୍ୱକର୍ମା ଙ୍କୁ ନିଷ୍ଠା ର ସହ ପୂଜା କରାଯାଉଛି । ସେହିପରି ଢେଙ୍କାନାଳର ବିଭିନ୍ନ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ବିଶ୍ୱକର୍ମା ଙ୍କୁ ନିଷ୍ଠା ର ସହ ପୂଜା କରାଯାଇଛି ।

ଆଜି ପ୍ରଥମେ ପୁଷ୍କରିଣୀ ରୁ ଘଟ ଆବାହନ କରାଯାଇ ପୂଜାର୍ଚନା କରାଯାଇ ଥିଲା । ଏହା ଦୀର୍ଘ ତିନିଦିନ ବ୍ୟାପୀ ଚାଲିବ । ଢେଙ୍କାନାଳର ବିଭିନ୍ନ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ଯେପରି ପୂର୍ତ୍ତ ବିଭାଗ, ବସ ଆସୋସିଏସନ , ଟ୍ୟାକ୍ସି ସଂଘ, ଅଟୋ ସଂଘ ତଥା ଇଲେକ୍ଟ୍ରି କାର୍ଯ୍ୟାଳୟ ମାନଙ୍କରେ ବିଶ୍ୱକର୍ମା ଙ୍କର ଷୋଳସ ଉପଚାରରେ ପୂଜାର୍ଚନା କରାଯାଇ ଥିଲା । ବିଭିନ୍ନ ଫଳ ପୁଷ୍ପ ଏବଂ ଫୁଲହାର ଦେଇ ବିଶ୍ୱକର୍ମା ଙ୍କୁ ପୂଜା କରାଯାଇ ଥିଲା ।