ସାହାଜବାହାଲ କେନାଲ ରାସ୍ତାରେ ଡକାୟତି

0
46
ସାହାଜବାହାଲ କେନାଲ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୫/୧୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସଂସାମୁରା – ଭିମଟିକିରା କେନାଳ ରାସ୍ତା ସାହାଜବାହାଲ ଜଙ୍ଗଳ ପାଖରେ ଶୁକ୍ରବାର ରାତି ପ୍ରାୟ ୮ଟାରେ ୩ ଜଣ ଦୁର୍ବୁତ୍ତ ବାଇକ ଚାଳକକୁ ଅଟକାଇ ବାଇକ ଏଟିଏମ କାର୍ଡ, ମୋବାଇଲ ଓ ଟଙ୍କା ଲୁଟି ଫେରାର ହୋଇଯାଇଛିନ୍ତି l

ସୁଚନା ଅନୁସାରେ ବିନିକା ଥାନା ଅଧିନସ୍ଥ ସେଲେଡ଼ି ଗ୍ରାମର ଦନାର୍ଦ୍ଦନ ତ୍ରୀପାଠୀ ତାଙ୍କ ନିଜ ବାଇକରେ ବରଗଡ଼ରୁ କୈାଡ଼ିଆମୁଣ୍ଡା କେନାଲ ରାସ୍ତାଦେଇ ନିଜ ଘରକୁ ଫେରୁଥିଲା ବେଳେ ଶୁକ୍ରବାର ରାତି ପ୍ରାୟ ୮ଟାରେ ୩ ଜଣ ଦୁର୍ବୁତ୍ତ ରାସ୍ତାରେ ଛିଡ଼ାହୋଇ ବାଇକ କୁ ଅଟକାଇଥିଲେ l ଅଟକାଇବା ପରେ ବାଇକ ନମ୍ବର- ଓଡ଼ି ୩୧ -୪୯୩୦, ଏଟିଏମ କାର୍ଡ, ମୋବାଇଲ, ଓ ୩୦୦ ଟଙ୍କା ଲୁଟି ଦୁଃବୁର୍ତ୍ତ ମାନେ ଫେରାର ମାରିଥିଲେ l ସେଠାରୁ ଚାଲି ଚାଲି ଶ୍ରୀ ତ୍ରୀପାଠି ରାତିରେ ଘରକୁ ଫେରିଥିଲେ l ବିନିକା ଥାନାରେ ଶ୍ରୀ ତ୍ରୀପାଠୀ ଲିଖିତ ଅଭିଯୋଗ କଲାପରେ ବିନିକାଥାନାକେସ ନମ୍ବର ୨୬୩/୨୫ . ୧୧. ୨୩ ରେ ଏକ ମାମଲା ରୁଜୁକରି ବିନିକା ଏସଆଇ ଅନିଲ କୁମାର ବେହେରା କୁ ତଦନ୍ତ ଭାର ଦେଇଥିବା ବିନିକା ଆଇଆଇସି ସାରଙ୍ଗଧର ପାଣିଗ୍ରାହି ପ୍ରକାଶ କରିଛନ୍ତି l