ଅଭିଜିତ ସୃତି କମିଟି ଟ୍ରଷ୍ଟି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଅନୁଷ୍ଠିତ

0
39
ଅଭିଜିତ ସୃତି କମିଟି

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୫/୧୧) : ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟରେ ପ୍ରଫେସର ବେଣୁଧର ପାଣ୍ଡେ ୬୧ଜଣ ମହିଳାମାନଙ୍କୁ ମାଗଣା ସେବା ଯୋଗାଇଲେ l

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୂଆବଜାର ସ୍ଥିତ ରାଜ୍ୟସ୍ତରୀୟ ଅଭିଜିତ ପୂଜାହାରୀ ସୃତି କମିଟି ଟ୍ରଷ୍ଟ୍ରି କାର୍ଯ୍ୟାଳୟ ପରିସରରେ ରାଜ୍ୟ ସ୍ତରିୟ ଅଭିଜିତ ପୂଜାହାରୀ ସୃତି କମିଟି ଟ୍ରଷ୍ଟ ସମ୍ପାଦକ ପ୍ରୀୟ ରଞ୍ଜନ ହୋତାଙ୍କ ତତ୍ବାବଧାନରେ ଅଭିଜିତ ସୃତି କମିଟି ଟ୍ରଷ୍ଟି ପକ୍ଷରୁ ବୁଲ୍ଲା ଭିମସାର ପ୍ରଫେସର ଡ଼ା ବେଣୁଧର ପାଣ୍ଡେ ବିନିକାରେ ୨୬ ଜଣ ଓ ତାଙ୍କ ଜନ୍ମ ମାଟି ସଂସାମୁରା ଗ୍ରାମରେ ୩୫ ଜଣ ମୋଟ ୬୧ଜଣ ମହିଲା ମାନଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି ମାଗଣାରେ ସେବା ପାଇଥିବାରୁ ମହିଲା ମାନେ ଡ଼ାକ୍ତର ଶ୍ରୀ ପାଣ୍ଡେଙ୍କ ପ୍ରତି ଖୁସି ଅନୁଭବ ବ୍ୟକ୍ତ କରିଛନ୍ତି l ଦିର୍ଘ ଗୋଟିଏ ବର୍ଷରୁ ଅଧିକ ହେବ ପ୍ରତ୍ୟକ ମାସର ଚତୁର୍ଥ ଶନିବାର ସୁଦୁର ବୁଲ୍ଲା ଭିମସାରରୁ ବିନିକା ଓ ସଂସାମୁରା କୁ ପହଞ୍ଚି ମହିଲା ମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବାରୁ ଏପରି ସେବା ମିଲିବା କ୍ଵଚିତ ବୋଲି ବୁଦ୍ଧିଜିବି ମହଲରେ ଚର୍ଚ୍ଚା ହେଉଛି l

ବିନିକା ମାଟିର ସୁଯୋଗ୍ୟ ସନ୍ତାନ ତଥା ବୁର୍ଲା ଭିମସାର ସ୍ତ୍ରୀ ଓ ପ୍ରସୃତି ବିଭାଗ ପ୍ରଫେସର ଡ଼ା ବେଣୁଧର ପାଣ୍ଡେ ଦିର୍ଘ ବର୍ଷ ହେବ ବାପାଙ୍କ ପ୍ରେରଣା କୁ ପାଲନ କରି ନିଶୁକ୍ଳ ସେବା ଦେବାକୁ ପ୍ରତ୍ୟହ ମାସ ଚତୁର୍ଥ ଶନିବାର ଦିନ ନିଜ ମାଁ ମାଟି ପାଇଁ ଗୋଟଏ ଦିନ ଦେବାକୁ ପ୍ରତିସୃତି ବଦ୍ଧ ବୋଲି ଡ଼ାକ୍ତର ପ୍ରଫେସର ପାଣ୍ଡେ ପ୍ରକାଶ କରିଛନ୍ତି l ବୁର୍ଲା ଭିମସାର ସ୍ତ୍ରୀ ଓ ପ୍ରସୃତି ବିଭାଗ ପ୍ରଫେସର ଡ଼ା ପାଣ୍ଡେ ବିନିକା ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟ କୁ ପହଞ୍ଚି ପ୍ରଥମେ ଯୁବ ଅଭିନେତା ,କଳାକ‌ାର, ସଂଙ୍ଗୀତଜ୍ଞ, ବାଦ୍ୟକାର ତଥା ବିନିକା ମାଟିର ସୁଯୋଗ୍ୟ ସନ୍ତାନ ସ୍ବର୍ଗତ ଅଭିଜିତ ପୂଜାହାରୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପଜ୍ପଳନ କରି ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ l

ବିନିକା ଠାରୁ ଚିକିତ୍ସା ସାରି ନିଜ ଜନ୍ମ ମାଟି ବିନିକା ବ୍ଳକ ମହାଦେବପାଲି ପଞ୍ଚାୟତ ସଂସାମୁରା ଗ୍ରାମକୁ ପହଞ୍ଚି ୩୫ ଜଣ ମହିଲା ମାନଙ୍କୁ ମାଗଣା ସେବା ଯୋଗାଇ ଥିଲେ l ବିନିକା ଅଞ୍ଚଳରେ ସ୍ବାସ୍ଥ୍ର ସେବା ବହୁତ ନୈରାସ୍ୟ ଜନକ ହୋଇ ଥିବାରୁ ପ୍ରଫେସର ଡ଼ା ପାଣ୍ଡେ ପହଞ୍ଚି ନିଶୁକ୍ଳ ରେ ମହିଲା ମାନଙ୍କୁ ସ୍ବାସ୍ଥ ସେବା ଯୋଗାଇ ଥିବାରୁ ଅଞ୍ଚଳରେ ଖୁସିର ଲହରି ଖେଲିବା ସହିତ ସ୍ବର୍ଗତ ଅଭିଜିତ ପୂଜାରୀଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା‌ କରିଥିଲେ l

ଏହି କାର୍ଯ୍ୟକ୍ରମରେ ଏଲଟି- ଅନନ୍ତ କୁମାର ଷାଣ୍ଢ, ରାଜ୍ୟ ସ୍ତରୀୟ ଅଭିଜିତ ପୂଜାହାରୀ ସୃତି କମିଟି ଟ୍ରଷ୍ଟି କୋଷାଧକ୍ଷ ଅର୍ଚ୍ଚନା ପୂଜାହାରୀ, ଉପଦେଷ୍ଟାକମିଟି ସଦସ୍ୟ ପ୍ରମୋଦ ପଣ୍ଡା, ଗଜେନ୍ଦ୍ର ମିଶ୍ର,ସୋମିତ୍ରୀ ପତି, ଅଶୋକ ପାଣ୍ଡେ, ଭୁବନେଶ୍ବର ପଧାନ, ନିଳମଣି ସାହୁ, ଶେଷଦେବ ମଣ୍ଡଲ, ଭୁବନେଶ୍ବର ସାହୁ, ପ୍ରଦିପ କୁମାର ପଧାନ, କି‌ଶୋର ମେଲ୍ଲି , ତନ୍ମୟୀ ଅଗସ୍ତି, କୁନ୍ତି ପଧାନ, ସନ୍ତୋଷିନି ଥନାପତି ,ଅଜିତ ପୂଜାହାରୀ, ସୁବ୍ରତ ପତି, ସ୍ବର୍ଗତ ଅଭିଜିତ ପୂଜାହାରୀଙ୍କ ଅଭାଗା ବାପା ଅକ୍ଷୟ କୁମାର ପୂଜିହାରୀ, ମାଁ ଗୀତାଞ୍ଜଳି ପୂଜାହାରୀ ସମେତ ରାଜ୍ୟସ୍ତରିୟ ଅଭିଜିତ ପୂଜାହାରୀ ସୃତି କମିଟି ସଦସ୍ୟ ସଦସ୍ୟା ତଥା ବିନିକା ଅଞ୍ଚଳର ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ତିତ ରହି ସହଯୋଗ କରିଥିଲେ ।