ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ

0
48
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୮/୧୧) : ନକ୍ସଲ ବିଛାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । BSFର ଏହି ସହିଦ୍ ଯବାନ ଜଣଙ୍କ ହେଲେ ପ୍ରକାଶ ଚନ୍ଦ୍ର ସିଆଲ । ତାଙ୍କ ଘର ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ୍ ଗୋପାଳପୁର ଗାଁ’ରେ ।

ଗତକାଲି ଛତିଶଗଡ ବିଧାନସଭା ଆସନ ପାଇଁ ନିର୍ବାଚନ ଥିଲା । ପୋଲିଂ ପାର୍ଟିକୁ ସୁରକ୍ଷା ଦେବାକୁ ଅନ୍ୟ ଯବାନଙ୍କ ସହ ପ୍ରକାଶ ଗାଡ଼ିରେ ଯାଉଥିଲେ । ଏହି ସମୟରେ ମାଲକାନଗିରି ସୀମାନ୍ତ କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଏଥିରେ ଗୁରୁତର ହୋଇଥିଲେ ପ୍ରକାଶ । ତାଙ୍କୁ ରାୟପୁର ହସପିଟାଲରେ ଭର୍ତ୍ତି କରାଯାଇଥିଲା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରକାଶ ସହିଦ ହେବା ଖବର ପରିବାର ଲୋକେ ଜାଣିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଅଞ୍ଚଳ । ରବିବାର ମୋ ପୁଅ ମୋ ସହିତ କଥା ହୋଇଥିଲା ।

ମୋ ପୁଅ ମୋତେ ଛାଡ଼ି ପଳାଇଲା ବୋଲି କାନ୍ଦି କାନ୍ଦ ଗଡ଼ି ଯାଉଛନ୍ତି ସହିଦଙ୍କ ମା’ । ସହିଦଙ୍କର ପରିବାରରେ ତାଙ୍କର ବଡ଼ ଭାଇ, ଦୁଇ ପୁଅ ,ତାଙ୍କ ପତ୍ନୀ, ମା’ ଅଛନ୍ତି । ସହିଦ ଯବାନଙ୍କ ପତ୍ନୀ କହିଛନ୍ତି, ରବିବାର ରାତିରେ ଭିଡ଼ିଓ କଲ୍‌ରେ ମୋ ସହିତ କଥା ହୋଇଥିଲେ। ଘରର ସମସ୍ତଙ୍କ କଥା ପଚାରିଥିଲେ । ସୋମବାର ରାତିରେ ସେ ଫୋନ୍‌ ଉଠାଇ ନଥିଲେ। ମଙ୍ଗଳବାର ତାଙ୍କ ଫୋନ୍ ଲାଗି ନଥିଲା । ପରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସେ ଆହତ ହୋଇଥିବା ମୋତେ ଫୋନ୍‌ ଆସିଥିଲେ । ପରେ ତାଙ୍କର ମୃତ୍ୟୁ ଘଟିଥିବା ଫୋନ୍ ଆସିଥିଲା । ଡିସେମ୍ବର ୧ ତାରିଖରେ ଘରକୁ ଆସିବେ ବୋଲି କହିଥିଲେ ।