ଧନୁଯାତ୍ରା ରାହାସ ପୂର୍ଣ୍ଣିମା ପାଳିତ

0
61
ଧନୁଯାତ୍ରା ରାହାସ

ରିପୋର୍ଟ : ଭଗବାନ ମହାନ୍ତି
ବଲାଙ୍ଗୀର, (୨୮/୧୧) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଗରଗଡ଼ବାହାଲ ସଦର ପଞ୍ଚାୟତ ମହକୁମାଠାରେ ଧନୁଯାତ୍ରା ଆୟୋଜିତ lWhatsapp Image 2023 11 29 At 10.19.46

ଧନୁଯାତ୍ରାରେ ଶବର ଶବରୀ ଲୀଳା ବାଡ଼ିଖେଲ ଏବଂ ପ୍ରସାଦସେବନ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ବଲାଙ୍ଗିର ଜିଲ୍ଲା ଉପାଧ୍ୟକ୍ଷା ନିରୁପମା ମାଝୀ, ସମ୍ମାନିତ ଅତିଥି ବିଜେଡି ସଭାପତି କଣ୍ଟାବାଞ୍ଜି ଏନଏସି ଦେବାର ବାରିକ, ବିଜେଡି ଯୁବନେତା ଶୋଭରାଜ ସିଂ ମାଝୀ ଯୋଗଦାନ କରି ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା ପାଇଁ ଆଶ୍ରିବାଦ ଭିକ୍ଷା କରିଥିଲେ l ସେହିପରି ସ୍ୱତନ୍ତ୍ର ଅତିଥି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବେଲାରସେନ ବେହେରା ପ୍ରମୁଖ ଯୋଗଦେଇ ଆଶୀର୍ବାଦ ଭିକ୍ଷା କରିଥିଲେ l

ତା ୧୫/୧୧/୨୦୨୩ ବୁଧବାର ଦେବକୀ ବାସୁ ଦେବ ବିବାହ ରୁ ୨୬/୧୧/୨୦୨୩ ରବିବାର ଅକ୍ରୁର ଗମନ କଂସ ବଧ ଓ ୨୭/୧୧/୨୦୨୩ ସୋମବାର ସବର ସବରୀ ଲୀଳା ଓ ଦଣ୍ଡ ନୃତ୍ୟ ଦୀର୍ଘ ୧୩ ଦିନ ପର୍ଯ୍ୟନ୍ତ ଧନୁଯlତ୍ରା ମୋହତ୍ସବ ଅନୁଷ୍ଠିତ ହେଇଥିଲା l ପୁଜା କମିଟି ଗୋନ୍ତିଆ ଜିତେନ୍ଦ୍ର ଭୋଇ,ବାମଦେବ ମୁରଲୀ, ଅଶୋକ ବଂଶୀଧରବାଗ, ଗୌରହରୀ ବାଗ, ଅଭି ବଗର୍ତ୍ତି, ଭୈରବ, ଭୁଜ, ପ୍ରହ୍ଲାଦବାଗ, ଦୁର୍ୟୋଧନ, କୃପାସିନ୍ଧୁ ଭୋଇ, ଭକ୍ତବନ୍ଧୁ ଛାତ୍ରିଆ, ସତ୍ୟ ବାଗ, ସହଦେଵ ଶିକା, ଈଶ୍ୱର ଶିକା, ଭୀମ ବାଗ, ଗଜବାଗ ହେମସାଗର, ଅନ୍ତ, ପୂର୍ଣ୍ଣଯାନୀ, ରାମ ପ୍ରସାଦ, ତରଣୀସେନ ଛତ୍ରିଆ, ପୁରୁଷୋତ୍ତମ ଭୋଇ, ଦୟା ବାଗ, କ୍ଷୀର ସିନ୍ଧୁ ଭୋଇ ଓ ସମସ୍ତ ଗ୍ରାମ ବାସି ବୃନ୍ଦ ସହଯୋଗ କରିଥିଲେ l