ଗୁଣି ଗାରେଡି ସନ୍ଦେହରେ ହତ୍ୟା; ୭ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

1
44
ଗୁଣି ଗାରେଡି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୯/୧୧) : ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗରେ ୭ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ଆଜି ରାୟ ଶୁଣାଇଛନ୍ତି ।

ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ଜରିମାନା କରିଛନ୍ତି କୋର୍ଟ । ଗୁଣି ଗାରେଡି ସନ୍ଦେହରେ ୨୦୧୯ ମସିହା ଏପ୍ରିଲ୍‌ ୧୪ ତାରିଖରେ କେନ୍ଦୁଝର ସଦର ଥାନା ସେଣ୍ଡକାପ ଗାଁ’ର ଦୀନବନ୍ଧୁ ମୁଣ୍ଡାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ଦୀନବନ୍ଧୁଙ୍କୁ ଗାଁ’ର ରବୀନ୍ଦ୍ର ମୁଣ୍ଡା, ନରହରୀ ମୁଣ୍ଡା, ବଳଭଦ୍ର ମୁଣ୍ଡା, ବୌଶାଖୁ ମୁଣ୍ଡା, ଚେମା ମୁଣ୍ଡା, ଟୁରା ମୁଣ୍ଡା ଓ ଟିମା ମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରକୁ ଡାକିଥିଲେ । ଦୀନବନ୍ଧୁ ଆସିବା ପରେ ତାଙ୍କୁ ମାରି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ ହେବା ପରେ ସଦର ଥାନା ପୁଲିସ ମାମଲା ରୁଜ୍ଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ମାମଲାକୁ ବିଚାରକରି ୭ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୧୩ ଜଣ ସାକ୍ଷୀଙ୍କ ବୟାନ୍‌ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଲେଖାଏଁ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି ।

1 COMMENT

Comments are closed.