ଅଧାରେ ରହିଲା ମା’ ତାରିଣୀଙ୍କ ଦର୍ଶନ

0
39
ଅଧାରେ ରହିଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୦୧/୧୨) : ଅଧାରେ ରହିଲା ମା’ ତାରିଣୀଙ୍କ ଦର୍ଶନ । ଟ୍ରକ୍ କୁ ପିଟିଲା ୱିଙ୍ଗର ଭ୍ୟାନ୍ । ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ବାଲିଯୋଡି ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକ ଦିଗପହଣ୍ଡି ଅଞ୍ଚଳର ବୋଲି ଜଣାପଡିଛି । ରାସ୍ତାକଡରେ ଠିଆ ହୋଇଥିବା ଟ୍ରକ୍ ସହ ଧକ୍କା ହୋଇଛି ଭ୍ୟାନ୍ । ଭ୍ୟାନ୍ ଚୁର୍ ମାର୍ । ଦୁର୍ଘଟଣାରେ ଆଉ ୭ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତେ ତାରିଣୀ ଦର୍ଶନ ପାଇଁ ଦିଗପହଣ୍ଡିରୁ ଆସିଥିବା ସୂଚନା ରହିଛି। ତାରିଣୀ ମନ୍ଦିରରୁ ମାତ୍ର ୩ କିମି ପୂର୍ବରୁ ଏହି ଦୁର୍ଘଟଣା ଘଟିଛି ।