ଅଭିନବ ଉପାୟରେ କାଠ ତସ୍କରି

1
46
ଅଭିନବ ଉପାୟରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୪/୧୧) : ଅଭିନବ ଉପାୟରେ କାଠ ତସ୍କରି । ଓମଫେଡ୍ ଭ୍ୟାନ୍ କୁ ବ୍ୟବହାର କରାଯାଇ ସେଥିରେ ଚୋରାକାଠ ଚାଲାଣ ହେଉଥିବା ସମୟରେ ମାଡିବସିଛି ବନ ବିଭାଗ ।

୨୦ନଂ ଜାତୀୟ ରାଜପଥ ଆନନ୍ଦପୁର ଉପଖଣ୍ଡ ଗୋହିରା ନିକଟରେ ବନବିଭାଗ ଟିମ୍ ର ପେଟ୍ରୋଲିଂ ସମୟରେ ସନ୍ଦେହରେ ଓମଫେଡ୍ ଭ୍ୟାନ୍ ଟିକୁ ଅଟକ ରଖାଇଥିଲା । ଗାଡି ଖୋଲିବାପରେ ଗାଡିଭିତରେ ଥିବା ମୁଲ୍ୟବାନ କାଠ ଦେଖି ବନବିଭାଗର ହୋସ୍ ଉଡିଯାଇଥିଲା । ତୁରନ୍ତ ଗାଡିଟିକୁ ଜବତ କରିବାସହ ଗାଡି ମାଲିକ ଆନନ୍ଦପୁର ଥାନା ଫକୀରପୁର ଗାଁ’ର ବାଇଧର ଦାସ ଓ ଡ୍ରାଇଭର ଅକରୁଆ ଗାଁ’ର ଅମରବିଜୟ ଜେନା କୁ ଗିରଫ କରିଛି ବନବିଭାଗ । ତେବେ ଓମଫେଡର ଲୋଗ ଥିବା ଏହି ଭ୍ୟାନ୍ ଟି ପ୍ରକୃତ ଓମଫେଡ୍ ରେ କାମରେ ଲାଗିଛି ନା ଅବିକଳ ଓମଫେଡ୍ ଭ୍ୟାନ୍ ପରି ଗାଡିଟିକୁ ଚିତ୍ରଣକରି ଚୋରାକାଠ ଚାଲାଣରେ ବ୍ୟବହାର କରାଯାଉଛି, ସେ ସମ୍ପର୍କରେ ଖୋଳତାଡ ଆରମ୍ଭ କରିଛି ଆନନ୍ଦପୁର ବନବିଭାଗ ।

1 COMMENT

Comments are closed.