“ମୁରିବାହାଲ ଡ଼ିଗ୍ରୀ କଲେଜରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ”

1
38

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨/୧୨) : “ମୁରିବାହାଲ ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ଆଜି ଡିସେମ୍ବର ପହିଲା ଶୁକ୍ରବାରରୁ ୧୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି ।Whatsapp Image 2023 12 02 At 13.16.38

ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ତଥା କାର୍ଯ୍ୟକ୍ରମର ମୁଖ୍ୟ ନୋଡାଲ୍‌ ଅଧିକାରୀ ଓ ବରିଷ୍ଠ ଓଡ଼ିଆ ଅଧ୍ୟାପକ ଦିଲ୍ଲୀପ କୁମାର ପସାୟତଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ବିଡ଼ିଓ ପୂର୍ଣାନନ୍ଦ ପଟେଲ ଓ ପତ୍ରାପାଲି (କ) ସମିତି ସଭ୍ୟ ସନ୍ୟାସୀ ପୁଟେଲ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଡ଼ିଗ୍ରୀ କଲେଜ ପରିଚାଳନା କମିଟି ସଭାପତି ତଥା ଡିଏଭି କଲେଜର ପୂର୍ବତନ ଅଧ୍ୟକ୍ଷ ଡ.ଛାୟାକାନ୍ତ ଷଡ଼ଙ୍ଗୀ ମୁଖ୍ୟ ବକ୍ତା ରୁପେ ଯୋଗ ଦେଇ ରାଜ୍ୟ ସରକାର ନୂତନ ଓଡ଼ିଶାର ବାର୍ତ୍ତାବହ ରୂପେ ଛାତ୍ରଛାତ୍ରୀ, ଯୁବକଯୁବତୀ ବର୍ଗଙ୍କୁ ଆଗ୍ରାଧିକାର ଦେଇ ଏକ ନୂତନ ଓ ନବୀନ ଓଡ଼ିଶା ଗଠନ କରିବାକୁ ଯେଉଁ ବିଭିନ୍ନ କାର୍ଯ୍ୟକ୍ରମ ରଖିଛନ୍ତି ତାହା ବହୁତ୍ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ ପ୍ରକାଶ କରିଥିଲେ । ଅଧ୍ୟକ୍ଷ ଶ୍ରୀ ନାୟକ ୧୯୯୮ ରେ ମାତ୍ର ୬୪ ଟି ସିଟ୍‌ରୁ ଆରମ୍ଭ ହୋଇଥିବା କଲେଜରେ ଆଜି କଳା, ବାଣିଜ୍ୟ ଓ ବିଜ୍ଞାନ ବିଷୟରେ ୧୨୪୮ ଶହ ଛାତ୍ରଛାତ୍ରୀ ପାଠ ପଢୁଥିବା ସହ କଲେଜର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ସନ୍ତୋଷ ମହାନ୍ତି, କରାଟେ କୋଚ୍‌ ସୁରେଶ ଜାଲ, ସ୍ପୋର୍ଟ୍ସ ପାର୍ସନ ଶ୍ରୀବତ୍ସ ବେହେରା,ଶ୍ରଦ୍ଧାଞ୍ଜଳି ଜାଲ ଯୋଗ ଦେଇଥିଲେ । ଦୀର୍ଘ ୧୫ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ବିଭିନ୍ନ ଦିନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଵାସ୍ଥ୍ୟ ସଚେତନତା, ସ୍ବଚ୍ଛତା, ପ୍ଲାଷ୍ଟିକ ଓ ସାକ୍ଷରତା ପଦଯାତ୍ରା, କ୍ୟାରେମ୍, ଭଲିବଲ୍, ଖୋ ଖୋ, କବିତା ପାଠ, ବକ୍ତୃତା, ଲିଖନ, ପୋଷ୍ଟର ପେଣ୍ଟିଙ୍ଗ୍‌, ରଙ୍ଗୋଲି ପ୍ରତିଯୋଗୀତା, ଶିଶୁ କନ୍ୟାଙ୍କୁ ଶିକ୍ଷା, ଅଧିକାର ସଚେତନତା, ଗୀତ, ସଙ୍ଗୀତ, ବାଦ୍ୟଯନ୍ତ୍ର, ଏକକ ଓ ଗ୍ରୁପ୍ ନୃତ୍ୟ, ଡ୍ରାମା, ବାଲ୍ୟବିବାହ, ଯୌତୁକ, ଫେସନ୍, କଷ୍ଟ୍ୟୁମ୍‌, ଫୁଟ୍‌ବଲ୍‌, କ୍ରିକେଟ, ଆଥେଲେଟିକସ୍‌ ଭଳି ବିଭିନ୍ନ ପ୍ରତିଯୋଗୀତାମାନ ଅନୁଷ୍ଠିତ ହେବ ବୋଲି କଲେଜ ପକ୍ଷରୁ ସୂଚନା ଦେଇଛନ୍ତି ।

ଏହି ସମସ୍ତ କାର୍ଯ୍ୟକ୍ରମଗୁଡିକ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପଧାନ, ସୋମେଶଦତ୍ତ ହୋତା, ଗୁଣସାଗର ମେହେର, ଘନଶ୍ୟାମ ଖମାରୀ, ଛନ୍ଦାଚରଣ ଖୁଣ୍ଟିଆ, ପ୍ରେମଚାନ୍ଦ ତାଣ୍ଡି, କୈଳାସ ଚନ୍ଦ୍ର ଜାନୀ, ପଙ୍କଜ ସାହୁ, ବାବୁଲା ନାଏକ, ଶରତ ଚନ୍ଦ୍ର ପଧାନ, ଫାଲଗୁନି ଦାସ, ବିଜୟ କଲତା, ଅଧ୍ୟାପିକା ଶୈଳିକା ନାଏକ, ସରିତା ରଣା, ଯଶୋସ୍ମିତା ବେହେରା, ମୀରାବାଇ ଗଡ଼ତ୍ୟାଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏଥିରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ସହଯୋଗ କରୁଛନ୍ତି । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅଧ୍ୟାପକ ଭିଙ୍ଗରାଜ୍ ରଣା ଧନ୍ୟବାଦ ଦେଇଥିଲେ|

1 COMMENT

Comments are closed.