ପୁଣି ଜଣେ NEET ଆଶାୟୀଙ୍କ ଆତ୍ମହତ୍ୟା

0
61
ପୁଣି ଜଣେ NEET

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାଜସ୍ଥାନ, (୦୨/୧୨) : ରାଜସ୍ଥାନର କୋଟାରେ ପୁଣି ଜଣେ ଶିକ୍ଷାର୍ଥୀ ଜୀବନ ହାରିଛନ୍ତି । ନିଟ ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୨୧ ବର୍ଷୀୟ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ।

ଝୁଲନ୍ତା ମୃତଦେହ ହଷ୍ଟେଲ ରୁମରୁ ଉଦ୍ଧାର କରାଯାଇଛି । ସେ ରୁମର ଫ୍ୟାନରେ ଓଡ଼ଣୀ ଲଗାଇ ଝୁଲି ପଡ଼ିଛନ୍ତି । ଚଳିତ ବର୍ଷ ଏହାକୁ ମିଶାଇ କୋଟାରେ ୨୯ ଜଣ ଶିକ୍ଷାର୍ଥୀ ଜୀବନ ହାରିଲେଣି । ଏବେ ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣଙ୍କ ହେଲେ ୨୧ ବର୍ଷୀୟ ନିଶା ଯାଦବ । ତାଙ୍କ ଘର ଉତ୍ତର ପ୍ରଦେଶର ଅଉରାଇୟା ଜିଲ୍ଲା । ଏଠାରେ ସେ ମେଡିକାଲ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ମହାବୀର ନଗର ଅଞ୍ଚଳରେ ଥିବା ହଷ୍ଟେଲରେ ରହୁଥିଲେ । ବୁଧବାର ରାତିରେ ନିଶାଙ୍କ ବାପା ତାଙ୍କୁ ଫୋନ କରିଥିଲେ । କିନ୍ତୁ ସେ କୌଣସି ପ୍ରକାରର ଜବାବ ଦେଇ ନଥିଲେ । ବାରମ୍ବାର ଯୋଗାଯୋଗ କରି ବିଫଳ ହେବା ନିଶାଙ୍କ ବାପା ହଷ୍ଟେଲ କର୍ମଚାରୀଙ୍କୁ ଫୋନ କରିଥିଲେ । ଏଥିସହ ନିଶାଙ୍କ ସହ କଥାବାର୍ତ୍ତା କରାଇ ଦେବାକୁ କହିଥିଲେ ।

ହଷ୍ଟେଲ କର୍ମଚାରୀମାନେ କବାଟ ବାଡ଼େଇ ଥିଲେ ମଧ୍ୟ ନିଶା କୌଣସି ଜବାବ ଦେଇ ନଥିଲେ । ସେମାନେ କବାଟ ଭାଙ୍ଗି ଦେଖିଲା ବେଳକୁ ନିଶା ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ । ଏହାପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ତେବେ ରୁମରୁ କୌଣସି ପ୍ରକାରର ସୁଇସାଇଡ ନୋଟ ମିଳି ନାହିଁ । ଏହାପୂର୍ବରୁ ନଭେମ୍ବର ୨୭ରେ ମଧ୍ୟ ଜଣେ ନିଟ୍ ଆଶାୟୀ ଜୀବନ ହାରିଥିଲେ ।