ଗଁଦିଆ ବ୍ଲକ ବୁଲି ଲୋକଙ୍କର ସମସ୍ୟା ବୁଝିଲେ ପ୍ରଦେଶ କିଷାନ କଂଗ୍ରେସର ଅଧକ୍ଷ ଅମୀୟ ପଟ୍ଟନାୟକ

0
213

dkl2 1 ଗଁଦିଆ ବ୍ଲକ ବୁଲି ଲୋକଙ୍କର ସମସ୍ୟା ବୁଝିଲେ ପ୍ରଦେଶ କିଷାନ କଂଗ୍ରେସର ଅଧକ୍ଷ ଅମୀୟ ପଟ୍ଟନାୟକ

ଗଁଦିଆ ବ୍ଲକ ବୁଲି ଲୋକଙ୍କର ସମସ୍ୟା ବୁଝିଲେ ପ୍ରଦେଶ କିଷାନ କଂଗ୍ରେସର ଅଧକ୍ଷ ଅମୀୟ ପଟ୍ଟନାୟକ | ଗଁଦିଆ ବ୍ଲକର ବଣିଆପଡା ଗ୍ରାମ ନିକଟବର୍ତ୍ତୀ ସପଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୃଷକ ମାନଙ୍କର ବୈଠକ କରି ସେମାନଙ୍କର ବିଭିନ୍ନ ସମସ୍ୟା, ସଂକୀର୍ତ୍ତନ ମଣ୍ଡଳୀ ର ସମସ୍ୟା ସମ୍ବନ୍ଧରେ ପଚାରି ବୁଝିଥିଲେ ।

ଗଁଦିଆ ବ୍ଲକ ବୁଲି ୬୦ ବର୍ଷରୁ ବୟସ୍କ ଲୋକମାନଙ୍କର ଭତ୍ତା କରାଇଦେବା ପାଇଁ ପ୍ରତିଶ୍ରୁତି ଦେବା ସହ ଧାନର ମାନ କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କା ଧାର୍ଯ୍ୟ କରିବା, କୃଷକଙ୍କର ଜମିକୁ ସରକାରୀ ଯୋଜନା ଦ୍ୱାରା ଜଳ ଯୋଗାଇଦେବା, ସାର ଓ କୀଟନାଶକ ଦ୍ରବ୍ୟ ଯୋଗାଇଦେବା, କ୍ଷେତକୁ ସଂଯୋଗ ହୋଇଥିବା ବିଦ୍ୟୁତ ଶୁଳ୍କ ଛାଡ କରିବା ପାଇଁ ସରକାରଙ୍କ ନିକଟରେ ଦାବି ରଖିବା ସହ ଯଦି ସରକାର ଆସନ୍ତା ୧୫ ଦିନ ମଧ୍ୟରେ ଏଥିପ୍ରତି ବିହିତ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଜିଲ୍ଲା କିଷାନ କଂଗ୍ରେସ ର ସଭାପତିଙ୍କ ତତ୍ୱବାଧାନରେ ଆନ୍ଦୋଳନ କରାଯିବ ବୋଲି ଦୃଢୋକ୍ତି ଦେଇଛନ୍ତି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ।

ଗଁଦିଆ ବ୍ଲକର ୮ ଟି ପଂଚାୟତ ରେ ୨୦୦୦୦ ହେକ୍ଟର ଜମି ବର୍ଷା ଅଭାବରୁ ପଡ଼ିଆ ପଡ଼ିଥିବାରୁ ଏହାକୁ ମରୁଡ଼ି ଅଂଚଳ ରୂପେ ଘୋଷଣା କରିବା ପାଇଁ ମଧ୍ୟ ଦାବି ରଖିଥିଲେ । ଆଜିର ଏହି ବୈଠକରେ ଢେଙ୍କାନାଳ ଜିଲ୍ଲା କିଷାନ କଂଗ୍ରେସ ର ସଭାପତି ବିପ୍ରବର ସାହୁ, ବରିଷ୍ଠ କଂଗ୍ରେସ ନେତା ଓ ଗଁଦିଆ ବ୍ଲକ ର କିଷାନ କଂଗ୍ରେସ ର ସଭାପତି ଙ୍କ ସମେତ ଅନ୍ୟ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ ।