ନୂଆ-ଓ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

0
53
ନୂଆ-ଓ ଯୁବ ବିକାଶ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨/୧୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ଶିରିପୁର ସରକାରୀ (ଏସଏସଡି) ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି (ନୂଆ-ଓ) ନୂତନ ଉନ୍ନୟନ ଅଭିଳାଷ ବା ସମ୍ମାନୀତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 12 02 At 20.09.29

ଏଥିରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କ ଜୋନର ଜିଲା ପରିଷଦ ସଦସ୍ୟ ବି ୱାରା ପ୍ରସାଦ ରାଓ, ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, ସମିତି ଉପାଧ୍ୟକ୍ଷ ଡମ୍ବରୁ କଞ୍ଜ।କା, ଖ ଜୋନ ର ଭୂମି ଗୌରୀ ଦେବୀ, ସମିତି ସଭ୍ୟ ରୁନି କାଡ୍ରାକା ଓ ମିନାକା ପଦ୍ମା, କନ୍ଧକୂଳ ସମାଜର ଉପ ସଭାପତି ତଥା ଲ୍ୟାମ୍ପ ସଭାପତି ଶଙ୍କର ହୁଈକା ,ସୁନାଖଣ୍ଡି ସରପଞ୍ଚ ସଞ୍ଜୟ ନିଶିକା, ନାରାୟଣପୁର ସରପଞ୍ଚ ଶିତାରାମ କାଡ୍ରାକା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା କାଡ୍ରାକା, ବିଦ୍ୟାଳୟ ସଭାପତି କାମସିଙ୍ଗ ତିମାକା ପ୍ରମୁଖ ସଂମ୍ମାନୀୟ ଅତିଥି ଭାବେ ଉପସ୍ଥିତ ରହିଥିଲେ ।

ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ କରିଥିବା ଯୋଜନା ବିଷୟରେ କହିବା ସହ ଉନ୍ନତ ଉନ୍ନୟନ ଅଭିଳାଷ (ନୂଆ-ଓ) ସମ୍ମାନୀତ ଯୁବ ବିକାଶ କାର୍ଯ୍ୟକ୍ରମ ବିଷୟରେ ବୁଝାଇଥିଲେ । ଏଅବସରରେ ମହାବିଦ୍ୟାଳୟ ର ଛାତ୍ରୀ ମାନେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ଶିରିପୁର ଗାଁ’ରେ ପହଁଞ୍ଚିଥିଲେ । ସେଠାରେ ଅତିଥିଙ୍କୁ ଗ୍ରାମବାସୀ ଭବ୍ୟ ସ୍ୱାଗତ କରିଥିଲେ । ସେହିଠାରେ ବୃକ୍ଷ ରୋପଣ କରାଯିବା ସହ ଅନ୍ଧ ବିଶ୍ୱାସକୁ ଦୂରୀକରଣ କରିବା ଓ ବାଲ୍ୟ ବିବାହ କୁ ରୋକିବା ପାଇଁ ସାମାଜିକ ନାଟକ ପରିବେଷଣ କରିଥିଲେ । ପ୍ଲାଷ୍ଟିକ ବର୍ଜନ ଓ ଡେଙ୍ଗୁ, ମ୍ୟାଲେରିଆ ରୋଗ ନେଇ ସଚେତନତା କରିଥିଲେ ।