ରାଧା କୃଷ୍ଣ ଶିବ ମନ୍ଦିରରେ ଅକ୍ଷତ କଳସ କୁ ସ୍ଵାଗତ ସମ୍ବର୍ଦ୍ଧନା

0
29
ରାଧା କୃଷ୍ଣ ଶିବ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୩/୧୨) : ମୁରିବାହାଲ ସଦର ମହକୁମା ରାଧାକୃଷ୍ଣ ଶିବ ମନ୍ଦିରରେ ରବିବାର ଦିନ ଅପରାହ୍ନ ୩.୩୦ ଘଟିକାରେ ଅଯୋଧ୍ୟା ଶ୍ରୀରାମ ମନ୍ଦିର ଆସିଥିବା “ଅକ୍ଷତ” କଳସକୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।Whatsapp Image 2023 12 04 At 11.44.18

ଏଥିରେ ବିଶ୍ଵ ହିନ୍ଦୁ ପରିଷଦର ଖଣ୍ଡ ସଭାପତି ମାନନୀୟ ବିରାଜ କୁମାର ମହାନ୍ତି, ଖଣ୍ଡ ସଂଘ ଚାଳକ ମାନନୀୟ ପ୍ରସାଦି କମ୍ପ, ମୁରିବାହାଲ ଖଣ୍ଡ ସମ୍ପାଦକ ଶ୍ରୀମାନ ସୁଦର୍ଶନ ବେହେରା, ଟିଟିଲାଗଡ଼ ଜିଲ୍ଲା ସେବା ପ୍ରମୁଖ ଶ୍ରୀମାନ ପ୍ରଦୀପ କୁମାର ବଚ୍ଛା, ଖଣ୍ଡ ସଦସ୍ୟା ମାନନୀୟ ସୋଭାଗିନି କମ୍ପ, ଜୋସ୍ନାମୟୀ ମହାନ୍ତି , ତପସ୍ଵିନୀ ପୋଢ଼, ରାଧାକୃଷ୍ଣ ପରିଚାଳନା ସମ୍ପାଦକ ତଥା ବିଶ୍ବହିନ୍ଦୁ ପରିଷଦର ସଦସ୍ୟ ସୁଧୀର କୁମାର ପାଣି, ମନ୍ଦିର କମିଟିର ଉପଦେଷ୍ଟା ତଥା ବିଶ୍ବହିନ୍ଦୁ ପରିଷଦର ସଦସ୍ୟ ତରୁଣ ପୋଢ଼, ସଭାପତି ରାଜୀବ କୁମାର ମହାନ୍ତି, ଉପସଭାପତି ଭିଶ୍ମରାଜ୍ ମେହେର ,ସଦସ୍ୟ ମଧୁ ନାଗ, ପଦ୍ମଲୋଚନ ସାହୁ, ଉଦିତ କଟା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ମନ୍ଦିର ର ମହିଳା ସଙ୍କୀର୍ତ୍ତନ ଦଳ ସହିତ ସମସ୍ତ ମାଆ ମାନଙ୍କ ସହିତ ଦୁର୍ଗା ବାହିନୀ ର ସଦସ୍ୟା ମାନେ ପ୍ରମୁଖ ଭୂମିକା ନିଭାଇଥିଲେ । ବଜରଙ୍ଗ ଦଳ ପ୍ରମୁଖ ମୁରିବାହାଲ୍ ଖଣ୍ଡ ଶ୍ରୀମାନ ସୁଧାଂଶୁ ପୋଢ଼ ଯାଦବ ଓ କାର୍ଯ୍ୟକର୍ତ୍ତା ଶ୍ରୀମାନ ଆଜିତ ବାଗ “ଅକ୍ଷତ” କଳସକୁ ବଲାଙ୍ଗୀରରୁ ମୁରିବାହାଲ ପର୍ଯ୍ୟନ୍ତ ମହାସମାରୋହରେ ଆଣି ମନ୍ଦିର ପୂଜକ ଶ୍ରୀମାନ ଟୁକୁ ଥନାପତିଙ୍କ ଦାଇତ୍ୟୁ ରେ ସମର୍ପଣ କରିଥିଲେ।