ଧାନ କ୍ଷେତ ଜଗିବାକୁ ଯାଇଥିଲେ, ୨ଚାଷୀଙ୍କୁ ଦଳି ମାରିଦେଲା

0
38
ଧାନ କ୍ଷେତ ଜଗିବାକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୦୪/୧୨) : ପାଚିଲା ଧାନକୁ ହାତୀପଲ ନଷ୍ଟ କରି ଦେଉଛି ବୋଲି ବିଲକୁ ଜଗିବାକୁ ଯାଇଥିଲେ। ଦୁଇ ଚାଷୀଙ୍କୁ ବିଲରେ ଦଳି ମାରିଦେଲା ଦନ୍ତା

ଏପରି ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ପାରିଓରଡ ପଞ୍ଚାୟତର ଜରିଟାପୁ ଗ୍ରାମରେ । ମୃତକ ହେଲେ କୃଷ୍ଣ ଚନ୍ଦ୍ର ପ୍ରଧାନ ଏବଂ ଲକ୍ଷ୍ମୀଧର ବେହେରା । ହାତୀ ପଲ ପଶି ପାଚିଲା ଧାନ ନଷ୍ଟ କରି ଦେଉଛନ୍ତି । ଏଥିପାଇଁ ଗତକାଲି ବିଳମ୍ବିତ ରାତିରେ କୃଷ୍ଣ ଚନ୍ଦ୍ର ଓ ଲକ୍ଷ୍ମୀଧର ଧାନ ବିଲକୁ ଜଗିବାକୁ ଯାଇଥିଲେ । ଏହି ସମୟରେ ସେମାନେ ହାତୀପଲ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ଆଜି ସକାଳେ କୃଷ୍ଣ ଚନ୍ଦ୍ର ଓ ଲକ୍ଷ୍ମୀଧରଙ୍କ ମୃତଦେହ ବିଲରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ । ଏନେଇ ପରିବାର ଲୋକ ଓ ବନ ବିଭାଗକୁ ଜଣାଇଥିଲେ । ଟାଙ୍ଗୀ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛି । ହାତୀ ଆକ୍ରମଣରେ ଦୁଇ ଚାଷୀଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମବାସୀ ମୃତ ଚାଷୀଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି । ଏହାସହ ହାତୀ ପଲ କିପରି ଧାନ ଫସଲ ନଷ୍ଟ ନ କରିବେ ଏନେଇ ଗ୍ରାମବାସୀ କରିଛନ୍ତି ।