ଟିପର ସହ ବାଇକ ଧକ୍କାରେ ଜଣେ ମୃତ୍ୟୁ, ଦୁଇ ଗୁରୁତର

0
53
ଟିପର ସହ ବାଇକ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୫/୧୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର ଲକ୍ଷ୍ମୀନଗର ନିକଟରେ ଟିପର ସହ ବାଇକ ଧକ୍କାରେ ଜଣେ ମୃତ୍ୟୁ, ଦୁଇ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି ।

ରାୟଗଡା ଠାରୁ ଓଡ଼ି ୧୮ କେ ୦୩୬୬ ନମ୍ବର ଏକ ଟିପର ରେ ଚିପସ ବୋଝେଇ କରି କଲ୍ୟାଣସିଂହପୁର ଅଭିମୁଖେ ଆସୁଥିବା ବେଳେ ଅନ୍ୟ ପାର୍ଶ୍ୱ ବା କଲ୍ୟାଣସିଂହପୁର ଦେଇ ଓଡ଼ି ୦୮ ବି ୩୫୪୧ ନମ୍ବର ଏକ ବାଇକରେ ତିନି ଜଣ ଯୁବକ ରାୟଗଡା ଅଭିମୁଖେ ଯାଉଥିବା ସମୟରେ ସିକରପାଇ ନିକଟସ୍ଥ ଲକ୍ଷ୍ମୀନଗର ନିକଟରେ ମୁହାଁମୁହିଁ ଧକ୍କା ହୋଇଥିବାରୁ ତିନି ବାଇକ ଆରୋହି ଫିଙ୍ଗି ହୋଇଥିଲେ । ଉକ୍ତ ଘଟଣାକୁ ଅଞ୍ଚଳବାସୀ ଦେଖି ପୁଲିସ, ଅଗ୍ନିଶମ ଓ ରୋଗିବୁହା ଗାଡିକୁ ଯୋଗାଯୋଗ କରିଥିଲେ । ଘଟଣା ସ୍ଥଳରେ ଜଣେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବାରୁ ସେମାନଙ୍କୁ ଉଦ୍ଧାର କରି ରୋଗିବୁହା ଗାଡ଼ିରେ ରାୟଗଡା ଚିକିତ୍ସାଳୟକୁ ନେଇଥିବା ସୂଚନା ମିଳିଛି । ଉକ୍ତ ମୃତ୍ୟୁ ଯୁବକ ଓ ଦୁଇ ଗୁରୁତରଙ୍କ ପରିଚୟ ମିଳିନଥିବା ବେଳେ ସେମାନେ କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ଗୁଣୁପୁର ପଞ୍ଚାୟତ ର ସାଇସୁରୁଣୀ ଗାଁ’ର ବୋଲି ସୂଚନା ମିଳିଛି । ବର୍ତ୍ତମାନ ପୁଲିସ ଏସ ଆଇ ସଞ୍ଜୟ କୁମାର ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚାଲିଛି ।