ଦାଦନ ସମସ୍ୟା ର ବିକଳ ଚିତ୍ର, ୧ ଲକ୍ଷ ୨୫ ହଜାର ଟଙ୍କାରେ ବନ୍ଧା ଦୁଇ ଶ୍ରମିକ ମଧ୍ୟରୁ ଜଣେ ମୃତ

0
33
ଦାଦନ ସମସ୍ୟା ର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୫/୧୨) : ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯାଇ ନିର୍ଯାତନା ର ଶିକାର ହେଉଛନ୍ତି,କାମ ଧନ୍ଦା ଅଭାବରୁ ନିରୁପାୟ ହୋଇ ପରିବାର ଛାଡି ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ନୂଆପଡ଼ା ରୁ ଯାଇଥିଲେ ତେଲେଙ୍ଗାନା ରାଜ୍ୟକୁ ।Whatsapp Image 2023 12 05 At 14.45.02

୧ ଲକ୍ଷ ୨୫ ହଜାର ଟଙ୍କାରେ ବନ୍ଧା ଦୁଇ ଶ୍ରମିକ ମଧ୍ୟରୁ ଜଣେ ମୃତ । ଦାଦନ ସର୍ଦ୍ଦାର ସୁରୁନାଗ ତିନି ଜଣ ଶ୍ରମିକ ନେଇ ଯିବ କହି ୧ଲକ୍ଷ ୨୫ ହଜାର ଟଙ୍କା ନେଇ ଦୁଇ ଜଣ ଙ୍କୁ ଛାଡି ଚାଲିଆସି ଥିଲା । ଗତ ମାର୍ଚ୍ଚ ମାସ ୮ ତାରିଖରେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସ୍ଥିତ ନୂଆପଡ଼ାର ଜଣେ ଶ୍ୟାମସୁନ୍ଦର ମହାନନ୍ଦ ଓ ଅନ୍ୟ ଜଣେ ଯୋଗେନ୍ଦ୍ର ବେହେରା ଙ୍କୁ ଦାଦନ ସର୍ଦ୍ଦାର ସୂରୁ ନାଗ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ନେଇ ତେଲେଙ୍ଗାନାରେ ଦାଦନ ସେଠ୍ ନିକଟରେ ଛାଡି ଦେଇ ୧ ଲକ୍ଷ ୨୫ ହଜାର ଟଙ୍କା ନେଇ ଚାଲିଆସିଥିଲା । ହେଲେ ତିନି ଜଣ ଶ୍ରମିକ ବାବଦ ରେ ଉକ୍ତ ଟଙ୍କା ନେଇ ଦୁଇ ଜଣ ଙ୍କୁ ଛାଡି ଚାଲିଆସି ଥିବା ବେଳେ ଆଉ ଜଣେ ଶ୍ରମିକ କୁ ନିଜ ସହ ନେଇ ଚାଲି ଆସିଥିଲା । ଉକ୍ତ ଟଙ୍କା ରୁ ଉଭୟ ଟଙ୍କାଏ ସୁଦ୍ଧା ପାଇ ନ ଥିବା ବେଳେ ଓ ଆଉ ଜଣେ ଦାଦନ ଶ୍ରମିକ ଶୁରୁ ନାଗ ସହ ଚାଲି ଆସିବା ଯୋଗୁଁ ଧାର୍ଯ୍ୟ ରକମ୍ ର ଟଙ୍କା ନ ମିଳିବା ଯାଏଁ କାମ କରିବାକୁ ବାଧ୍ୟ ହୋଇ ଭାଗ୍ୟକୁ ଆଦରି ପଡ଼ି ରହିଥିଲେ । ଦାଦନ ଦଲାଲ ସୁରୁ ନାଗ କୁ ମାଲିକ ଓ ଏହି ବନ୍ଧା ଦୁଇ ଶ୍ରମିକ ଯେତେ ଯୋଗା, ଯୋଗ କଲେ ସୁଦ୍ଧା କିଛି ସୁଫଳ ମିଳି ନ ଥିଲା ।

ନିର୍ଯ୍ୟାତିତ ହୋଇ, ହୋଇ ଗତ ୧୫ ଦିନ ଧରି ଯୋଗେନ୍ଦ୍ର ଦେହ ଅସୁସ୍ଥ ହୋଇ ପଡ଼ି ଗୁରୁତର ଅବସ୍ଥାରେ ଥିବା ଦେଖି ସେଠାକାର ସର୍ଦ୍ଦାର ତିରୁପତି ସ୍ଥିତ ଏକ ମ୍ୟାଡିକାଲ ରେ ଭର୍ତ୍ତି କରେଇ ଦେଇ ଏକ ଗାଡି ଯୋଗେ ଉଭୟ ଙ୍କୁ ନିଜ ଗାଁ କୁ ପଠେଇ ଦେଲା । ହେଲେ ସେମାନେ ନିଜ ଘର ପହଞ୍ଚିବା ବେଳକୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟରେ ଉକ୍ତ ଗାଡି ରେ ମୃତ୍ୟୁ ବରଣ କରିଥିଲେ ଯୋଗେନ୍ଦ୍ର । ସେଠି ତାଙ୍କୁ ଗାଡି ରେ ଆଣୁଥିବା ଡ୍ରାଇଭର ଓ ଦୁଇ ଜଣ ବ୍ୟକ୍ତି ଓହ୍ଲାଇ ଦେଇ ଫେରାର ହୋଇ ଯାଇଥିଲେ ।

ଶ୍ୟାମ ସୁନ୍ଦର କିଛି ଲୋକ ଙ୍କ ସହାୟତା ରେ ଆମ୍ବୁଲାନ୍ସ କୁ ଫୋନ୍ କରି ଟିଟିଲାଗଡ ସରକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣି ପହଞ୍ଚି ଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ରବିବାର ଏ ନେଇ ଟିଟିଲାଗଡ ପୋଲିସ ସନ୍ଧ୍ୟା ପ୍ରାୟ ୮ ଟା ରେ ଖବର ପାଇ ଏକ ମାମଲା ରୁଜ୍ଜୁ ସହ ଶବ ବ୍ୟବଚ୍ଛେଦ କରେଇ କଣ୍ଟାବାଞ୍ଜି ପୋଲିସ କୁ ସୁଚନା ଦେଇଥିଲା । ଉକ୍ତ ଦାଦନ ସର୍ଦ୍ଦାର ଟଙ୍କା ନେଇ ଫେରାର ହୋଇ ଯାଇଥିବା ଓ ଦୀର୍ଘ ମାସ ଧରି ନିର୍ଯ୍ୟାତିତ ହେଇ ଶେଷରେ ଜୀବନ ହରାଇଥିବା ଜଣେ ଶ୍ରମିକ ଭଳି ଆଉ ତିନି ଜଣ ସେଠି ବନ୍ଧା ଥିବା ଜଣାଯାଇଛି । କଣ୍ଟାବାଞ୍ଜି ଉପଖଣ୍ଡ ଅନ୍ତର୍ଗତ ତୁରେକେଲା ଥାନା ଅଧୀନସ୍ଥ ଲର୍କି ଗ୍ରାମର ଗୋକୁଳ ମାଝୀ, ନିତ୍ୟା ଭୋଇ, କେଶବ ମହାନନ୍ଦ ନାମକ ତିନି ଜଣ ଶ୍ରମିକ ଅନୁରୂପ ଭାବେ ଉକ୍ତ ତିରୁପତି ଅଞ୍ଚଳ ରେ ବନ୍ଧା ଥିବା ଜଣାଯାଇଛି । ପୋଲିସ ବର୍ତ୍ତମାନ ସୁଦ୍ଧା ଉକ୍ତ ଦାଦନ ଦଲାଲ୍ ସୁରୁ ନାଗ ର କୌଣସି ଖବର ପାଇ ପାରି ନ ଥିବା ଜଣା ଯାଇଛି ।