ପୋଲିସର ଚଢ଼ାଉ, ହଜାର ହଜାର ଗଞ୍ଜେଇ ଗଛ ନଷ୍ଟ

0
35
ପୋଲିସର ଚଢ଼ାଉ,

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୦୭/୧୨) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ।

ମନମୁଣ୍ଡା ପୋଲିସର ଏକ ଟିମ୍ ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅଧିନ ଭରୁଆ ଗ୍ରାମ ନିକଟ ଜଙ୍ଗଲରେ ଚଢ଼ାଉ କରି ବେଆଇନ ଭାବରେ ଚାଷ ହୋଇଥିବା ହଜାର ହଜାର ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରିଛି । ଜଙ୍ଗଲର ୨୧ ଏକର ପରିମିତ ଜାଗାରେ ବେଆଇନ ଭାବରେ ଚାଷ ହୋଇଥିବା ଖବର ପାଇ ସେଠାରେ ପହଞ୍ଚି ପୋଲିସ ୩୨ ହଜାର ଗଞ୍ଜେଇ ଗଛକୁ କାଟି ପୋଡ଼ି ସଂପୂର୍ଣ୍ଣ ନଷ୍ଟ କରିଦେଇଛି । ନଷ୍ଟ ଗଞ୍ଜେଇ ଗଛର ଆନୁମାନିକ ବଜାର ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଏହାସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।