ଜଳ ବନ୍ଦୀରେ ଧାନ ଫସଲ

0
33
ଜଳ ବନ୍ଦୀରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୭/୧୨) : ଗତ ତିନିଦିନ ହେଲା ବାତ୍ୟା ମିକଜଙ୍ଗ ଫଳରେ କାଶୀନଗର ବ୍ଲକ ଓ ଏନ୍ ଏ ସି ମଧ୍ୟରେ ଥିବା ଶହ ଶହ ଏକର ଧାନ, ପରିବା, ଟମାଟୋ ଭଳି ଋତୁକାଳୀନ ଫସଲ ନଷ୍ଟ ହୋଇଛି ।

ଗତ ଦୁଇଦିନ ହେଲା ବାତ୍ୟା ଓ ବର୍ଷା ଫଳରେ ଶହ ଶହ ଏକର ଧାନ ଫସଲ ଜଳ ବନ୍ଦୀ ଭିତରେ ରହିଛି । ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି, କେହି କେହି ଅଳ୍ପ ପାଚିଲା ଧାନ କାଟି ହଇରାଣ ରେ ପଡ଼ିଛି ତ କିଏ ବିଲରେ ଧାନ ଚଡି ମୁଣ୍ଡ ରେ ହାତ ଦେଇ ବସିଚି, ଏପଟ ଏସ୍ ଅର୍ ସି ସମସ୍ତ ଜିଲ୍ଲାପାଳ ଙ୍କୁ କହିଛନ୍ତି କି ଆଗାମୀ ୧୨ ତାରିଖ ସୁଦ୍ଧା କ୍ଷୟ କ୍ଷତି ରିପୋର୍ଟ ରାଜସ୍ବ ଓ କୃଷି ବିଭାଗ ମିଳିତ ଭାବେ କରି ଦେବା ପାଇଁ । ଚାଷୀ କେତେଯେ ସ୍ବପ୍ନ ଦେଖି ଥିଲା ତାର ସବୁ ସ୍ବପ୍ନ ଚୂର୍ମର ହୋଇଛି । ଆଗାମୀ ଦିନ ରେ ତେଲୁଗୁ ମାନଙ୍କ ନୂଆ ବର୍ଷ ପାଳନ ହୋଇଥାନ୍ତା, ବର୍ତମାନ ତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି, ଏଣୁ ସରକାର ଉପଯୁକ୍ତ କ୍ଷତି ପୂରଣ ଦେବା ପାଇଁ ଦାବି ହୋଇଛି ।