କଂଗ୍ରେସର ବରିଷ୍ଠ ନେତା ବିଜୟ ପଟନାୟକଙ୍କ କାଶୀନଗର ମରୁଡି ଅଞ୍ଚଳ ଗସ୍ତ

1
63
କଂଗ୍ରେସର ବରିଷ୍ଠ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪/୧୧) : ସମ୍ଭାବ୍ୟ ମରୁଡି ନେଇ ଗତି କରୁଥିବା କାଶୀନଗର ବ୍ଲକରେ କଂଗ୍ରେସର ବିଜୟ ପଟନାୟକ ସରଜମୀନ ତଦନ୍ତ ପାଇଁ କାଶୀନଗର ଅଞ୍ଚଳ ଗସ୍ତ କରୁଛନ୍ତି l

ପ୍ରକାଶ ଥାଉକି ଚଳିତ ବର୍ଷ କାଶୀନଗର ବ୍ଲକ ସମ୍ଭାବ୍ୟ ମରୁଡି ଦେଇ ଗତି କରୁଥିବା, ଚାଷୀକୁଳ ଶେଷ ମୁହୂର୍ତ୍ତ ରେ ଭଗବାନଙ୍କ ଉପରେ ଭରସା କରି ହାତ ଟେକି ଦେଇଥିବା ବିଷୟ ବିଭିନ୍ନ ବୈଦୁତିକ ଓ ପ୍ରିଣ୍ଟ ମିଡ଼ିଆ ରେ ପ୍ରକାଶ ପାଇଥିଲା l ଜିଲ୍ଲାପାଳ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ତିରୁପତି ରାଓ, ବିଧାୟକ ଶ୍ରୀ ନାରାୟଣ ରାଓ ଉଦବେଗ ପ୍ରକାଶ କରିବା ଓ ସମୟଚିତ ପଦକ୍ଷେପ ନେବାକୁ କହିଥିଲେ l ଏହା ଜାଣି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟନାୟକ ତଥା ପାରଳାଖେମୁଣ୍ଡି ବିଧାନସଭା ସଭା ପାଇଁ ଆଶାୟୀ ପ୍ରାର୍ଥୀ ଶ୍ରୀ ବିଜୟ ପଟନାୟକ ଆଜି କାଶୀନଗର ବ୍ଲକର ସିଂଗିପୁର, ବିଶିରିଙ୍ଗି, ଖାରଡ଼ା, ଖୁରୀଗାଁ, ହରିପୁର, ଅଲଡା, ଶିଆଳି, ଖାଣ୍ଡା ବା, କିଟିଙ୍ଗି, ବୁଦୁରା ଦେଇ ସମଗ୍ର ବ୍ଲକ ଅଞ୍ଚଳ ରେ ବୁଲି ମରୁଡି ପରିସ୍ଥିତି ନେଇ, ଚାଷୀ ମାନଙ୍କ ଠାରୁ ପଚାରି ବୁଝିଛନ୍ତି l ସେ ଗୋଟିଏ ଖୁରୀଗାଁ ର ଏକ ଧାନ କଳ ପରିଦର୍ଶନ କରି କିଭଳି ମିଲ ଚାଲୁଛି ପଚାରି ବୁଝି ଛନ୍ତି, ଏହାଙ୍କ ସହ ବ୍ଲକ ସଭାପତି ତଥା ଶିଆଳି ସରପଞ୍ଚ ଶ୍ରୀ ରାମ ପ୍ରସାଦ ପଟନାୟକ, ବରିଷ୍ଠ ନେତା ସୁବାସ ପାତ୍ର, ଯୁବ ନେତା ଶ୍ରୀ ଶୁଭ୍ରାଂଶୁ ପାତ୍ର, ମାଲେଡା ଆଦିନାରାୟଣା, ଓ ବହୁ କଂଗ୍ରେସ କର୍ମୀ ଓ ନେତା ଉପସ୍ଥିତ ଥିଲେ, ଏହାସହ କାଶୀନଗର ବ୍ଲକ ରେ ଦଳୀୟ ସଂଘଠନ ମଧ୍ୟ ସଜାଡ଼ିବାକୁ ସେ ଉଦ୍ୟମ କରିଛନ୍ତି l

1 COMMENT

Comments are closed.