ବରଗଡ ସହରରେ ମୋବାଇଲ ଲୁଟେରାଙ୍କ ଆତଙ୍କ

0
40
ବରଗଡ ସହରରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ, (୦୯/୧୨) : ଦିନ ଦୁଇ ପ୍ରହରରେ ଲୁଟ୍‌ କରି ପୋଲିସକୁ ଦେଉଥିଲେ ଖୋଲା ଚ୍ୟାଲେଞ୍ଜ । ଖୁଲମ୍‌ଖୁଲା ଆଖି ପିଛୁଳାକେ ଲୋକଙ୍କଠାରୁ ଛଡ଼େଇ ନେଉଥିଲେ ମୋବାଇଲ୍ ।

ବରଗଡ ସହର ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆତଙ୍କ ଖେଳାଇଥିଲେ ଲୁଟେରା । ଶେଷରେ ମୋବାଇଲ ଲୁଟେରା ଗ୍ୟାଙ୍ଗ୍‌କୁ କାବୁ କଲା ପୋଲିସ । ମୋବାଇଲ ଚୋରଙ୍କ ବେଳା ଖରାପ ପଡ଼ିଥିଲା, ମୋବାଇଲ ଲୁଟ ବେଳେ ସମସ୍ତ ଦୃଶ୍ୟ କଏଦ ହେଲା ସିସିଟିଭିରେ । ସେଇ ତଥ୍ୟ ଆଧାରରେ ପୁଲିସ ମୋବାଇଲ ଲୁଟେରା ଗ୍ୟାଙ୍କ ପାଖରେ ପହଞ୍ଚି ଥିଲା । ମୋବାଇଲ ଲୁଟ ଅଭିଯୋଗରେ ଜଣଙ୍କ ପରେ ଜଣଙ୍କୁ ଉଠାଇ ଆଣି ପଚରା ଉଚରା କରିଥିଲା ପୋଲିସ । ପରେ ତଥ୍ୟ ଆଧାରରେ ପାଞ୍ଚ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି ପୋଲିସ ।