ଭାଲୁ ଆକ୍ରମଣରେ ଠିକାଦାରଙ୍କ ମୃତ୍ୟୁ

0
37
ଭାଲୁ ଆକ୍ରମଣରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନବରଙ୍ଗପୁର, (୦୯/୧୨) : ନବରଙ୍ଗପୁର ଜିଲ୍ଲାରେ ଭାଲୁ ଆକ୍ରମଣରେ ଜଣେ ପେଟି ଠିକାଦାରଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ବ୍ରିଜେଶ ଦ୍ଵିବେଦୀ । ତାଙ୍କ ଘର ମଧ୍ୟପ୍ରଦେଶର ମହିୟର ଗାଁ’ରେ ।

ନବରଙ୍ଗପୁର ବ୍ଲକ୍ ଭତରାସିଉନି ପଞ୍ଚାୟତ ଦେଇ ଯାଇଥିବା ଭାରତମାଳା ପ୍ରକଳ୍ପର ରାୟପୁର-ବିଶାଖାପାଟଣା ନିର୍ମାଣାଧୀନ ଜାତୀୟ ରାଜପଥରେ ପେଟି ଠିକାଦାର ଭାବେ ନିୟୋଜିତ ହୋଇଥିଲେ ବ୍ରିଜେଶ । ରାସ୍ତା ପାର୍ଶ୍ଵରେ ଥିବା ଠିକା କ୍ୟାମ୍ପରେ ଶ୍ରମିକଙ୍କ ସହିତ ସେ ରହୁଥିଲେ । ଆଜି ଭୋରରେ ବ୍ରିଜେଶ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ିଯାଇଥିଲା । ଭାଲୁ କବଳରୁ ମୁକୁଳିବା ପାଇଁ ସେ କିଛି ସମୟ ଲଢ଼େଇ କରିଥିଲେ । କ୍ୟାମ୍ପରେ ଥିବା ଅନ୍ୟ ଶ୍ରମିକ ଓ କିଛି ଗ୍ରାମବାସୀ ମଧ୍ୟ ଭାଲୁକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଭାଲୁ ବ୍ରିଜେଶଙ୍କୁ ଛାଡ଼ି ନଥିଲା । ଭାଲୁ ଆକ୍ରମଣରେ ବ୍ରିଜେଶଙ୍କ ମୁହଁଟି ପୂରା ନଷ୍ଟ ହୋଇଯାଇଥିଲା ।