ବିଷମ କଟକ ବ୍ଲକ୍ ରେ ବି.ଜେ.ପି ର ମିଶ୍ରଣ ପର୍ବ

4
57
ବିଷମ କଟକ ବ୍ଲକ୍

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୦/୧୨) : ରାୟଗଡ଼ା ଜିଲ୍ଲା ବିଷମ କଟକ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବିଷମ କଟକ ଅଞ୍ଚଳର ଯୁବନେତା ଶ୍ରୀ ଗୌତମ ଉଲ୍ଲାକାଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।Whatsapp Image 2023 12 10 At 12.29.15

ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଷମ କଟକ ଅଞ୍ଚଳର ବିଜେଡି ଏବଂ କଂଗ୍ରେସ ଦଳ ଛାଡ଼ି ଆଜି ଭାରତୀୟ ଜନତା ପାର୍ଟିରେ ଶୁଭମ (ପିଙ୍କୁ) ପାଢ଼ୀ, ରମାକାନ୍ତ ପାତ୍ର, ପଦ୍ମନାଭ ଉର୍ଲାକା, ପାଗୁ କୁଲିସିକା, ସାନି ଉର୍ଲାକା, ନବୀନ ୱାଡାକା, ଜଗବନ୍ଧୁ ହିକକା, ନବୀନ ଉର୍ଲାକା, ରବି ହିକକା, ପ୍ରଶାନ୍ତଙ୍କ ସହ ଶତାଧିକ କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ । ଏହି ମିଶ୍ରଣ ପର୍ବରେ ଶ୍ରୀ ଗୌତମ ଉଲ୍ଲାକାଙ୍କ ସମେତ ରାୟଗଡା ବିଧାୟକ ପ୍ରାର୍ଥୀ ଶ୍ରୀ ବସନ୍ତ ଉଲ୍ଲାକା, କଲନରା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ହଳଧର ହିମିରିକା, ଶ୍ରୀ ଗୌର ମହାନ୍ତି, ଶ୍ରୀ ସୁବାସ ପ୍ରାସ୍କା, ଶ୍ରୀ ରୋହିତ ଦଣ୍ଡସେନା ପ୍ରମୁଖ ଦଳୀୟ ଟୋପି ଏବଂ ଉତ୍ତରୀୟ ଦେଇ ସେମାନଙ୍କୁ ସ୍ୱାଗତ କରିଥିଲେ ।

4 COMMENTS

Comments are closed.