ସାମ୍ବାଦିକଙ୍କୁ ଇଣ୍ଡିକା କାର ଉପହାର,ବିଧାୟିକା ଓ ମନ୍ତ୍ରୀଙ୍କୁ କାର ଉପହାର ନେଇ ସିବିଆଇ ତଦନ୍ତ ଦାବି

0
38
ସାମ୍ବାଦିକଙ୍କୁ ଇଣ୍ଡିକା କାର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୦/୧୨) : ବିପୁଳ ପରିମାଣର ବିଡା, ବିଡା ନୋଟ ମଦ ବ୍ୟବସାୟୀଙ୍କ ଠାରୁ ଚଢ଼ାଉ କରାଯାଇଥିବା ମାମଲା ନେଇ ଏବେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି ।Whatsapp Image 2023 12 10 At 12.46.51

ଏପରିକି ଟିଟିଲାଗଡର ମଦ ମାଫିଆ ଦୀପକ ସାହୁ ଓ ବିଜେଡି ଦଳର ପୂର୍ବତନ ନେତା √ ଅଭିମନ୍ୟୁ ସାହୁ ଙ୍କ ସହ ସମ୍ପର୍କ ତଥା ଉକ୍ତ ଅଭିମନ୍ୟୁ ସାହୁ ଏକ ପ୍ରମୁଖ ଓଡ଼ିଆ ଟିଭି ଚ୍ୟାନେଲର ପଶ୍ଚିମ ଓଡ଼ିଶା ମୁଖ୍ୟ ବୋଲାଉ ଥିବା ସାମ୍ବାଦିକଙ୍କୁ ୭ ଲକ୍ଷ ଟଙ୍କାର ଏକ ଇଣ୍ଡିକା କାର ଉପହାର ଦେଇଥିବା ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସେହିପରି ସ୍ଥାନୀୟ ବିଧାୟିକାଙ୍କୁ ଅଭିଯୁକ୍ତ ସାହୁ ପରିବାର କାର ଗିଫ୍ଟ ଦେଇ ଥିବା ଆଉ ଏକ ଭିନ୍ନ ମୋଡ ନେଇଛି । ଏପରିକି ଉକ୍ତ ସାହୁ ପରିବାରର ଓମ ଭେଲି ନାମକ ଏକ ଘରୋଇ ସ୍କୁଲ ବସରେ ବିଜେଡି ପତାକା ଲଗେଇ ଆଖ, ପାଖ ଅଞ୍ଚଳରୁ ମହିଳାଙ୍କୁ ଆଣି ମାତୃ ଓ ଶିଶୁ ଡାକ୍ତରଖାନା ଉଦ୍ ଘାଟନ କରାଯିବା ନେଇ କିଭଳି ସମ୍ପର୍କ ରହିଛି ସହଜେ ଅନୁମେୟ । ଏ ନେଇ ବିଜେପି ତଥା ଅନ୍ୟ ବିରୋଧୀ ଦଳ ସିବିଆଇ ତଦନ୍ତ ଦାବି କରିଛନ୍ତି ।