ରାୟଗଡା ପ୍ରେସ କ୍ଳବର ନୂତନ କର୍ମକର୍ତ୍ତା ଚୟନ

0
40
ରାୟଗଡା ପ୍ରେସ କ୍ଳବର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୭/୧୨) : ରାୟଗଡା ପ୍ରେସ କ୍ଳବର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ବରିଷ୍ଠ ଆଇନଜୀବି ତଥା କ୍ଳବର ଆଇନ ପରାମର୍ଶଦାତା ଶ୍ରୀ ମଦନମୋହନ ପାଢୀଙ୍କ ତତ୍ବାବଧାନରେ ଏକ ସାଧାରଣର ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା ।Whatsapp Image 2023 12 17 At 18.50.15

କ୍ଳବ୍ ର ସାଧାରଣ ପରିଷଦର ବୈଠକର ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି କ୍ରମେ ଶ୍ରୀ ମଦନମୋହନ ପାଢୀଙ୍କ ତତ୍ବାବଧାନରେ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଆସନ୍ତା ଦୁଇ ବର୍ଷ ପାଇଁ ସର୍ବସମ୍ମତିକ୍ରମେ କ୍ରମେ ଏହି କର୍ମ କର୍ତ୍ତା ଚୟନ କରାଯାଇଥିଲା । ସର୍ବସମ୍ମତିକ୍ରମେ ଉପଦେଷ୍ଟା ଭାବେ ଶ୍ରୀ କୃଷ୍ଣ କୁମାର ଜେନା, ସଭାପତି ଭାବେ ଶ୍ରୀ ଯୋଗେଶ୍ଵର ଦାସ, ସାଧାରଣ ସମ୍ପାଦକ ଭାବେ ଶ୍ରୀ ରଞ୍ଜନ କୁମାର ରଥ, ଉପସଭାପତି ଭାବେ ସି ଏଚ୍ ଶ୍ରୀନିବାସ, ଯୁଗ୍ମ ସଂପାଦକ ଭାବେ ଆଶିଷ ରଞ୍ଜନ ପଣ୍ଡା , କୋଷାଧ୍ୟକ୍ଷ ଭାବେ ସୀମାଞ୍ଚଳ ପଣ୍ଡା, ସଂଘଠନ ସମ୍ପାଦକ ଭାବେ ଶିବ ସାଇ ବକ୍ସିପାତ୍ର ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ କ୍ଳବ୍ ର ବରିଷ୍ଠ ସଦସ୍ୟ ଶ୍ରୀ ଗୋପ ରଞ୍ଜନ ବକ୍ସିପାତ୍ର ଓ ଶ୍ରୀ ଶଙ୍ଗ୍ରାମ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିଲା। ଉକ୍ତ ନିର୍ବାଚନ କାର୍ଯ୍ୟକ୍ରମରେ ପ୍ରେସ କ୍ଳବ୍ ସଦସ୍ୟ ଗୋପାଳ ସିଂ ଅଧିକାରୀ , ବାଳକୃଷ୍ଣ ପଟ୍ଟନାୟକ, ସୁବ୍ରତ ଚୈ।ଧୁରୀ, ୱଇ ଦାମୋଦର ରାଓ, ସୁଶାନ୍ତ କୁମାର ପ୍ରଧାନ, ପ୍ରେମାନନ୍ଦ ପରିଛା, କୃଷ୍ଣ ଚନ୍ଦ୍ର ଦାଶ, ନୀତିନ ଚୌଧୁରୀ, ଏବଂ ଭର୍ଚୁଆଲ ମାଧ୍ୟମରେ ବି ଏଚ୍ ନାଗରାଜୁ, ଏବଂ ସମସ୍ତ ସଭ୍ୟ ଯୋଗ ଦେଇଥିଲେ ।