ବୈତରଣୀରେ ବୁଡ଼ି ଯୁବକ ନିଖୋଜ

0
47
ବୈତରଣୀରେ ବୁଡ଼ି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୮/୧୨) : ସାଙ୍ଗ ମାନଙ୍କ ସହ ପିକନିକରେ ଯାଇ ବୈତରଣୀ ନଦୀରେ ବୁଡ଼ି ଯୁବକ ନିଖୋଜ। ନିଖୋଜ ଯୁବକ ହେଲେ ଚମ୍ପୁଆ ଥାନା କରଞ୍ଜିଆ ଗ୍ରାମର ସୁରଥ ଗିରି (୩୫) ।

ଆଜି ସେ ୧୯୯୭ ମାଟ୍ରିକ ବ୍ୟାଚର ନିଜ ସାଙ୍ଗ ମାନଙ୍କ ସହିତ ସରେଇ ଗ୍ରାମ ନିକଟରେ ଥିବା କେଶରୀ କୁଣ୍ଡ ବୈତରଣୀ ନଦୀ ପଠାକୁ ଯାଇଥିଲେ । ତେବେ ସେ ନଦୀକୁ ଗାଧୋଇବାକୁ ଯାଇ ବୁଡ଼ି ନିଖୋଜ ହୋଇଯାଇଥିଲେ । ଏନେଇ ତୁରନ୍ତ ଚମ୍ପୁଆ ପୋଲିସ୍ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ସୂଚନା ପାଇ ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବହୁ ଖୋଜା ଖୋଜି ପରେ ବି ସନ୍ଧ୍ୟା ସୁଦ୍ଧା ନିଖୋଜ ଯୁବକଙ୍କ କୌଣସି ପତ୍ତା ମିଳିନଥିଲା । ଅନ୍ଧାର ହେବାରୁ ରେସକ୍ୟୁ ଅପରେସନକୁ ବନ୍ଦ ରଖାଯାଇଥିଲା । ଆସନ୍ତା କାଲି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।