ଏଟିଏମ୍ ରୁ ଲୁଟିନଲେ ଲକ୍ଷ ଲକ୍ଷ ଟଙ୍କା

0
35
ଏଟିଏମ୍ ରୁ ଲୁଟିନଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୮/୧୨) : ଏଟିଏମ୍ ରୁ ଟଙ୍କା ଲୁଟ୍ ଅଭିଯୋଗ । ବଲାଙ୍ଗିର ପାଟଣାଗଡ଼ ସରମୁହାଁଣ ଗାଁ’ରେ ଥିବା SBI ATMରୁ ଲୁଟ ହୋଇଥିବା ଥାନାରେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଏଟିଏମ ଭାଙ୍ଗି ପ୍ରାୟ ୭ ଲକ୍ଷ ୫୦ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଏଟିଏମକୁ ଯାଇଥିବା ତାର ଗୁଡ଼ିକ ପୋଡ଼ି ଯାଇଥିବାରୁ ପ୍ରଥମେ ଲାଇନ କାଟିଲେ ଦୁର୍ବୃତ ପରେ ଏଟିଏମ ଭାଙ୍ଗି ଥିବା ଅନୁମାନ କରୁଛି ପୁଲିସ । ମିଳିଥିବା ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ଏଟିଏମରେ ଟଙ୍କା ଭର୍ତ୍ତି କରାଯାଇଥିଲା । ସକାଲେ ଏଟିଏମ ଭାଙ୍ଗି ଏପଟ ସେପଟ ହୋଇ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଏନେଇ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିକଫିକ ଟିମ ଆସି ଛାନଭିନ୍ ଚଲାଇଛନ୍ତି ।