ଟ୍ରେନ୍ ଲାଇନରୁ ହୋମଗାର୍ଡଙ୍କ ମୃତଦେହ ଠାବ

0
37
ଟ୍ରେନ୍ ଲାଇନରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡା, (୧୮/୧୨) : ଟ୍ରେନ୍ ଲାଇନରୁ ଠାବ ହେଲା ହୋମଗାର୍ଡଙ୍କ ମୃତଦେହ । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରି ଏକ ଘଟଣା ରାୟଗଡ଼ାରେ ଘଟିଛି ।

ମୃତକ ହେଲେ ହୋମଗାର୍ଡ ଇଶ୍ବର ରାଓ । ସେ SPଙ୍କ ରେସିଡେନ୍ସ ଅଫିସରେ ନିୟୋଜିତ ଥିଲେ । ରାୟଗଡ଼ାରେ ନିଜ ପରିବାର ସହ ରହୁଥିବା ଇଶ୍ୱର ରାୟ ଛୁଟି ନେଇ ଗତ ୩ ଦିନ ବିଶାଖାପାଟଣା ଯାଇଥିଲେ । ସମ୍ପର୍କୀୟଙ୍କ ଦଶାହରେ ଯୋଗ ଦେବାକୁ ସେ ଏକା ଯାଇଥିଲେ । ସେଠାରୁ ଗତ ରାତିରେ ସେ ରାୟଗଡ଼ା ଫେରୁଥିଲେ । ମାତ୍ର ରାୟଗଡ଼ା ଷ୍ଟେଶନର ୫୦ ମିଟର ପୂର୍ବରୁ ଟ୍ରାକରୁ ତାଙ୍କ ମୃତଦେହ ଠାବ କରାଯାଇଛି । ଗତ ରାତିରେ ଏ ନେ ଖବର ପ୍ରଚାରିତ ହେବା ପରେ ରେଳ ବିଭାଗ କର୍ତ୍ତୃପକ୍ଷ, ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଞ୍ଚିଥିଲେ । ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ଇଶ୍ୱରଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଲାଗି ରହିଛି । ଏହା ଦୁର୍ଘଟଣା ଜନିତ ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରି ନ ଥିବାବେଳେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି ।