ସ୍ମାର୍ଟଇଣ୍ଡିଆ ହ୍ୟାକଥନ୍-୨୦୨୩ ଗ୍ରାଣ୍ଡ ଫିନାଲି ସଫ୍ଟୱେର ଏଡିସନ ଉଦ୍ଘାଟିତ

0
44
ସ୍ମାର୍ଟଇଣ୍ଡିଆ ହ୍ୟାକଥନ୍

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୦/୧୨) : ନୂତନ ବୈଷୟିକ ଚିନ୍ତାଧାରା ସମାଜକୁ ଆଗକୁ ନେଇପାରିବ, ଆଜି ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣୁପୁରରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଏବଂ ଏ ଆଇ ସି ଟି ଇ ମିଳିତରେ ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ୍-୨୦୨୩ ଗ୍ରାଣ୍ଡ ଫିନାଲି ସଫ୍ଟୱେର ଏଡିସନ ମହାଆଡମ୍ବରରେ ଉଦ୍ଘାଟିତ ହୋଇଯାଇଛି ।Whatsapp Image 2023 12 20 At 10.16.53

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ହେଚ୍.ସି.ଏଲ ଟେକ୍ନୋଲୋଜିର ଡାଟା ଚାପ୍ଟରର ମୁଖ୍ୟ ଶୁଭ ପାଢ଼ୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବର୍ତ୍ତମାନ ଯୁଗରେ ନୂତନ ବୈଷୟିକ ଜ୍ଞାନ କୌଶଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ଛାତ୍ରଛାତ୍ରୀ ନୂତନ ଚିନ୍ତାଧାରା ନେଇ କାର୍ଯ୍ୟ କରିବା ସହ ସମାଜର ବର୍ତମାନ ଉପୁଜିଥିବା ବିଭିନ୍ନ ସମସ୍ୟା ଉପରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର ସଭାପତି ଡଃ ସତ୍ୟ ପ୍ରକାଶ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀମାନେ ଏକତା ବଜାୟ ରଖିବା ସହ କଠିନ ପରିଶ୍ରମ, ନୂତନ ଉଦ୍ଭାବନ ହିଁ ଦେଶକୁ ଆଗକୁ ବଢିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି । ଦେଶର ଅର୍ଥନୀତିକୁ ସୁଦୃଡ କରିବାକୁ ହେଲେ ଆମକୁ ଆମଦାନୀ କମାଇବା ସହ ନିଜର ଉତ୍ପାଦନ ବଢାଇବା ପାଇଁ କହିଥିଲେ ।

ବିଶ୍ୱବିଦ୍ୟାଳୟର କୁଳପତି ଡ଼ ଏ ଭି ଏନ ଏଲ ଶର୍ମା ଯୋଗ ଦେଇ ଏହି ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ୍ ପ୍ରତିଯୋଗିତା ଦ୍ୱାରା ଶିଳ୍ପ ସମ୍ୱନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଡିନ ଡ଼ ଏ ବି ଶ୍ରୀନିବାସ ରାଓ ଯୋଗ ଦେଇ ସ୍ୱାଗତ ଭାଷଣ ଦେଇଥିଲେ । ଜିଆଇଇଟି ବିଶ୍ୱବିଦ୍ୟାଳୟ ନୋଡାଲ ସେଣ୍ଟର ମୁଖ୍ୟ ଭରତ କୋକଟେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଭଵିଷ୍ୟତ ସ୍ୱପ୍ନକୁ ଆଜିର ଯୁବ ପିଡି ସାକାର କରିପାରିବେ ।

ସେଥିପାଇଁ ଦେଶରେ ୪୮ ଟି ସ୍ଥାନରେ ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ୍ ନୋଡାଲ ସେଣ୍ଟର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ଦେଶର ବର୍ତମାନ ଏବଂ ଆଗାମୀ ଭବିଷ୍ୟତ ସମସ୍ୟା ସମାଧାନ ଦିଗରେ ସହାୟକ ହେବା ସହିତ ଏହା ଯୁବ ନେତୃବର୍ଗ ସୃଷ୍ଟି କରିବା ସହ ବିଦ୍ୟର୍ଥୀମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ, ପ୍ରଦର୍ଶିନୀ କରିବାର ସୁଯୋଗ, ଦକ୍ଷତା ବୃଦ୍ଧି ଏବଂ ସ୍ୱାବଲମ୍ବନ ହେବାର ସୁଯୋଗ ସୃଷ୍ଟି କରିବ ନେଇ କହିଥିଲେ । ସ୍ମାର୍ଟଇଣ୍ଡିଆ ହ୍ୟାକଥନର ନୋଡାଲ ସେଣ୍ଟର ସଂଯୋଜିକ ପୂଜା ଶର୍ମା, ବିଶ୍ଵବିଦ୍ୟାଳୟର ଏସ ପି ଓ ପି ଡଃ. ରାଘବେନ୍ଦ୍ର କୁମାର ଏହି କାଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ବିଶ୍ଵବିଦ୍ୟାଳୟରେ ରେଜିଷ୍ଟାର ଡଃ ଏନ ଭି ଜଗନ୍ନାଥ ରାଓ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଗ୍ରାଣ୍ଡ ଫିନାଲି ସଫ୍ଟୱେର ଏଡିସନ ପ୍ରତିଯୋଗିତାରେ ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ , ଅଧ୍ୟାପକ ,ଅଧ୍ୟାପିକା , ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହା ସହ ଦେଶର ୪୮ଟି ନୋଡଲ ସେଣ୍ଟରଗୁଡିକୁ ଆଭାସୀ ମାଧ୍ୟ୍ୟମରେ ଏ ଆଇ ସି ଟି ଇ ର ଅଧ୍ୟକ୍ଷ ପ୍ରଫେସର ଟି ଜି ସୀତାରାମ, ଉପାଧକ୍ଷ୍ୟ ଡ଼ ଅଭୟ ଜେରେ ଯୋଗ ଦେଇ ଏକା ସାଙ୍ଗରେ ଶୁଭାରମ୍ଭ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରମୁଖ ଅଗ୍ରଣୀ ବୈଷୟିକ ଅନୁଷ୍ଠାନରୁ ୧୦୫ ଜଣ ପ୍ରତିଯୋଗୀକୁ ନେଇ ୧୮ ଟିମ ସହ ୧୩ ଜଣ ମେଣ୍ଟର ଯୋଗ ଦେଇଛନ୍ତି ଏବଂ ସେମାନେ ମନ୍ତ୍ରାଳୟ ଏବଂ ଶିଳ୍ପଗୁଡିକର ବିଭିନ୍ନ ସମସ୍ୟା ବୈଷୟିକ ସମାଧାନ କରିବେ । ଭାରତ ସରକାର ଦ୍ୱାରା ନିୟୋଜିତ ୧୨ ଜଣ ବିଚାରକମଣ୍ଡଳି ଏହି କାର୍ଯ୍ୟକ୍ରମକୁ ନିରୀକ୍ଷଣ କରିବେ । ଏଥିରେ କୃତିତ୍ୱ ଲାଭ କରିଥିବା ପ୍ରଥମ ବିଜେତାକୁ ଏକ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବାର ବ୍ୟବସ୍ତା ରହିଛି । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲୁରହିବ ।