ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

0
38
ସ୍ଵେଚ୍ଛାକୃତ ରକ୍ତଦାନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୦/୧୨) : ସମନ୍ଵିତ ଯୁବ ବିକାଶ ଯୋଜନା ଅଧିନରେ ଅନୁଷ୍ଠିତ ନୂତନ ଉନ୍ନତ ଅଭିଳାଷ ଓଡ଼ିଶା କାର୍ଯ୍ୟକ୍ରମର ସପ୍ତମ ଦିନରେ ଗୁଣପୁର ମହାବିଦ୍ୟାଳୟ, ଗୁଣପୁର ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 12 20 At 10.16.54 (1)

ଏହି କାର୍ଯ୍ୟକ୍ରମକୁ ଗୁଣପୁର ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶିବପ୍ରସାଦ ଗୌଡ଼ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସ୍ଵସ୍ତିକ ଜମାଦାର ଉଦଘାଟନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ୬୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ସୁଜାତା ଗମାଙ୍ଗଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱେଛାକୃତ ରକ୍ତ ଦାନ ନୂଆ-ଓ କାର୍ଯ୍ୟକ୍ରମର ସାମାଜିକ ଗତିବିଧିର ଏକ ଅଂଶ ବିଶେଷ ଥିଲା । ଅପରାହ୍ଣରେ ଗୁଣପୁର ଅଗ୍ନିଶମ ବିଭାଗ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କୁ ବ୍ୟାବହାରିକ ଭାବରେ ବିପର୍ଯ୍ୟୟ ଓ ଏହାର ପ୍ରଶମନ ସଂପର୍କରେ ସୂଚନା ପ୍ରଦାନ କରଯାଇଥିଲା ।

ଆକସ୍ମିକ ଦୁର୍ଘଟଣା ଓ ଏହାର ସଫଳ ମୁକାବିଲା ପାଇଁ ଗୁଣପୁର ଅଗ୍ନିଶମ ବିଭାଗର ଅଧିକାରୀ ଶ୍ରୀଯୁକ୍ତ ରଜନୀକାନ୍ତ ଗୌଡ଼ ଛାତ୍ର ଓ ଛାତ୍ରୀଙ୍କୁ ବିଭନ୍ନ କୌଶଳ ସଂପର୍କରେ ଶିକ୍ଷାଦାନ କରିଥିଲେ । ଏହା ସହିତ ସୃଜନାତ୍ମକ ଲିଖନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ଓ ନୋଡାଲ ଅଫିସର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।