ଆସନ୍ତାକାଲି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା

0
38
ଆସନ୍ତାକାଲି ୧୨

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୨୦/୧୨) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବିରେ ଆସନ୍ତାକାଲି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା ଦିଆଯାଇଛି ।

‘କୁଚିଣ୍ଡା ଜିଲ୍ଲା ଗଠନ ଦାବି କ୍ରିୟାନୁଷ୍ଠାନ କମିଟି’ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଗତକାଲି କମିଟିର ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା।କୁଚିଣ୍ଡା ଜିଲ୍ଲା ଗଠନ ଦାବି କ୍ରିୟାନୁଷ୍ଠାନ କମିଟି ଆବାହକ ପ୍ରମୋଦ ଛୁରିଆ କହିଛନ୍ତି ଯେ ଗୁରୁବାର (ଆସନ୍ତାକାଲି) ସକାଳ ୬ଟା’ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ସମୟରେ କୁଚିଣ୍ଡାର ସମସ୍ତ ଦୋକାନ ବଜାର, ଗାଡି ମୋଟର ଚଳାଚଳ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ କରିବା ପାଇଁ ଆହ୍ୱାନ ଦିଆଯାଇଛି । କୁଚିଣ୍ଡାର ସମସ୍ତ ନାଗରିକଙ୍କୁ ବନ୍ଦରେ ସାମିଲ ହୋଇ ଏହାକୁ ସଫଳ କରିବାକୁ ମଧ୍ୟ କମିଟି ଆହ୍ୱାନ ଦେଇଛି ।

ବନ୍ଦରୁ ଜରୁରୀ ସେବା ଗୁଡ଼ିକୁ ବାଦ୍ ଦିଆଯାଇଛି। ଡାକ୍ତରଖାନା ଖୋଲା ରହିବ। ଦମକଳ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିଲେ, ସେଗୁଡ଼ିକ ମଧ୍ୟ ଖୋଲା ରହିବ ବୋଲି କହିଛନ୍ତି କୁଚିଣ୍ଡା ଜିଲ୍ଲା ଗଠନ ଦାବି କ୍ରିୟାନୁଷ୍ଠାନ କମିଟି ଆବାହକ ପ୍ରମୋଦ ଛୁରିଆ।