ମୁରିବାହାଲ ଡିଭାଇନ୍ କିଡସ ପବ୍ଲିକ ସ୍କୁଲର ସପ୍ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

1
62
ମୁରିବାହାଲ ଡିଭାଇନ୍

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୧/୧୨) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ମହକୁମାରେ ଥିବା ଡିଭାଇନ୍ କିଡସ ପବ୍ଲିକ ସ୍କୁଲର ସପ୍ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ଗୁରୁବାର ନିକଟସ୍ଥ ବନବାହାଲ ଗ୍ରାମ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 12 21 At 19.59.09

ସ୍କୁଲ ପରିଚଳନା କମିଟି ସଭାପତି ରାଜୀବ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପଧାନ ମୁଖ୍ୟ ଅତିଥି ତଥା ସମ୍ପାଦକ ଗିରିଧାରୀ ବନଛୋର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧ଶହ ମିଟର, ୨ଶହ ମିଟର, ବେଲେନସ, କାଲକୁଲେସନ,ୱାନ ଲେଗ ଦୌଡ଼ ଓ ମ୍ୟୁଜିକ୍ ଚେୟାର ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

1 COMMENT

Comments are closed.