ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ.. ଚତୁର୍ଥ ଦିବସ

0
49
ମୁରିବାହାଲ ବ୍ଲକସ୍ତରୀୟ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧/୧) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ତଥା ମଥୁରା ନଗରୀରେ ଚାଲିଥିବା ପଞ୍ଚମ ବାର୍ଷିକ ବିରାଟ ଧନୁଯାତ୍ରା ମହୋତ୍ସବର ଚତୁର୍ଥ ଦିବସରେ ଶ୍ରୀକୃଷ୍ଣ ଜନ୍ମ ଓ ପୁତନା ପ୍ରେରଣ ମଞ୍ଚସ୍ଥ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।Whatsapp Image 2024 01 01 At 17.54.13

ଆୟୋଜକ କମିଟି ସଭାପତି ଶ୍ରୀବତ୍ସ ବେହେରାଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ମୁଖ୍ୟ ଅତିଥି, ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ବରିଷ୍ଠ ବିଜେଡ଼ି ନେତା ଉଦ୍ଧବ ବେହେରା, ତହସିଲଦାର ଆୟୁବ ମଣ୍ଡଳ, ଟିଟିଲାଗଡ କୋଶଲି ମହାଯୋଟ ସଭାପତି ଅଧ୍ୟାପକ ଦିଲ୍ଲୀପ ପଶାୟତ, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପଧାନ,ଶିକ୍ଷାବିତ ଭଗତ ନାଗ, ଆଇନଜିବି ଜୟଦିପ ପୁରୋହିତ, ଉପସଭାପତି ନାରାୟଣ ସାହୁ,ଦିବ୍ୟଲୋଚନ ସାହୁ, କୋଷାଧ୍ୟକ୍ଷ ପଦ୍ମଲୋଚନ ସାହୁ ପ୍ରମୁଖ ରାଜ ଅତିଥି ରୁପେ ଉପସ୍ଥିତ ଥିଲେ । ଏହି ଅବସରରେ ବିଶିଷ୍ଟ ଦଣ୍ଡ ଗୁରୁ ବିପିନ ଜାଲଙ୍କୁ ଦଣ୍ଡ ମହର୍ଷି ସମ୍ମାନରେ ଓ ନୃତ୍ୟ ନିର୍ଦ୍ଦେଶିକା ତଥା ଡ଼ିଗ୍ରୀ କଲେଜ ଛାତ୍ରୀ ସୁଶ୍ରୀ ପଞ୍ଚମୀ ମାଝୀଙ୍କୁ କମିଟି ପକ୍ଷରୁ ସ୍ବତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଆୟୋଜକ ମୁରିବାହାଲ ଧନୁଯାତ୍ରା ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ରାଜୀବ କୁମାର ମହାନ୍ତି, ବିଶ୍ବବିହାରୀ ଯୋଶୀ, ସୁଦାମ ସାହୁ, ସାଧାରଣ ସମ୍ପାଦକ ତରୁଣ ପୋଢ଼, ଉପସଭାପତି ଲକ୍ଷ୍ମୀକାନ୍ତ ଧରୁଆ, ଶ୍ୟାମସୁନ୍ଦର ଝାଙ୍କର, ପ୍ରେମାନନ୍ଦ ମାଝୀ, ସୁଜିତ ରଞ୍ଜନ ପାଢ଼ୀ, କୋଷାଧ୍ୟକ୍ଷ ରମାରଞ୍ଜନ ପାତ୍ର, ସାଂସ୍କୃତିକ ସମ୍ପାଦକ ପ୍ରମୁଖ ସୁଦର୍ଶନ ଦୀପ, ସାଂସ୍କୃତିକ ସମ୍ପାଦକ ରମେଶ କୁମାର ନାଗ, ଖଗେଶ୍ୱର ସାହୁ, ବୈରାଷ୍ଟ୍ର ପୋଢ଼, ସଂଯୋଜକ ସୁଧାଂଶୁ ପୋଢ଼ ଯାଦବ, ଆବାହକ ବାବୁଲାଲ କେତକୀ, ଯାଞ୍ଚ ଅଧିକାରୀ ଅନୀଲ କୁମାର ଶର୍ମାଙ୍କ ସହ କମିଟିର ସମସ୍ତ କର୍ମକର୍ତ୍ତା ସଂପୂର୍ଣ୍ଣ ସହଯୋଗ କରୁଛନ୍ତି ।