ନୂଆ ଓଡିଶା ଯୁବ ଓଡିଶାର ସାଂସ୍କୃତିକ ମହୋତ୍ସବ, ଯୋଗ ଦେବେ ୧୦ ହଜାର କଲେଜ ଛାତ୍ରଛାତ୍ରୀ

0
39
ନୂଆ ଓଡିଶା ଯୁବ ଓଡିଶାର

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୧/୧୨) : ସୋନପୁର ରାମେଶ୍ବର ଷ୍ଟାଡିୟମ ଠାରେ ଆଜି ନୁଆ ଓଡିଶା ଯୁବ ଓଡିଶା ସାଂସ୍କୃତିକ ମହୋତ୍ସବ ପାଇଁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି l

ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀ ରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ଵିନୀ କୁମାର ମେହେର, ଜିଲ୍ଲା କ୍ରିଡ଼ା ଅଧିକରୀ ଚିତ୍ତ ରଂଜନ ମିଶ୍ର, ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ ଉପସ୍ଥିତ ରହିଥିଲେ l କ୍ରିଡ଼ା, ସାଂସ୍କୃତିକ, ସାମାଜିକ କ୍ଷେତ୍ରରେ ଛାତ୍ର ଛାତ୍ରୀ ଯୁବକ ଯୁବତୀଙ୍କ ପାରଦର୍ଶିତା ବୃଦ୍ଧି ଓ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଏହି ନୁଆ ଓଡିଶା ଯୁବ ଓଡ଼ିଶା ସଂlସ୍କୃତିକ ମହୋତ୍ସବ ର ଅୟୋଜନ କରାଯାଉଛି l ଆସନ୍ତା କାଲି ଅନୁଷ୍ଠିତ ଏହି ନୁଆଁ-ଓ ଫେଷ୍ଟ କାର୍ଯ୍ୟକ୍ରମରେ ଜିଲ୍ଲା ର ୩୫ ଗୋଟି କଲେଜରୁ ୧୦ ହଜlର ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି l

ଉଦଘାଟନୀ ଉତ୍ସବ ପରେ ପରେ ଡଃ ବି ବି ସ୍ୱାଇଁ ଛାତ୍ର ଛାତ୍ରୀ ଙ୍କୁ ମୋଟିଭେଶନ ପ୍ରଦାନ କାର୍ଯ୍ଯକ୍ରମ ରହିଥିବା ବେଳେ ରାଜ୍ୟ ର ବିଭିନ୍ନ ପ୍ରାନ୍ତରରୁ ବିଭିନ୍ନ କଳାକାର ଟ୍ରୁପ ଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯିବ ବୋଲି ଶ୍ରୀ ରାୟ କହିଥିଲେ l ପ୍ରବଳ ଭିଡ କୁ ଦୃଷ୍ଟି ରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ଓ ସୁରକ୍ଷାର ସୂ -ବ୍ୟବସ୍ଥା କରାଯାଇଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା ସୂଚୀତ କରିଛନ୍ତି l

ଉତ୍ସବ ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବକୃତା, କୁଇଜ, ରଙ୍ଗୋଲି, ହସ୍ତଶୀଳ୍ପ, ଏକକ ଅଭିନୟ, ଷ୍ଟାଣ୍ଡଅପ କମେଡି, ଏକକ ଓ ଦଳଗତ ନୃତ୍ୟ ଓ ସଙ୍ଗୀତ ପ୍ରଭୁତି ପ୍ରତିଯୋଗିତାରେ ଦଳଗତ ପ୍ରଥମ, ଦ୍ଵିତୀୟ ଓ ତୃତୀୟ କୃତୀ ପ୍ରତିଯୋଗିଙ୍କୁ ଯଥାକ୍ରମେ ୩୦ ହଜlର, ୨୦ ହଜାର ଓ ୧୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ସେହିପରି ଏକକ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ୧୫ ହଜାର, ୧୦ ହଜାର ଓ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ସହ ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି l