୩ଗୋଟି ସନ୍ତାନ ଥିବା ସରପଞ୍ଚ ଙ୍କୁ ଅଯୋଗ୍ୟ ଗୋଷଣା କଲେ ମାନ୍ୟବର କୋର୍ଟ

0
46
୩ଗୋଟି ସନ୍ତାନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୨/୧୨) : କଣ୍ଟାମାଳ ଜୁନିୟର ଡିଭିଜନ ସିଭିଲଜର୍ଜ ମାନ୍ୟବର ଶ୍ରୀଯୁକ୍ତ ସତ୍ୟାନାରୟଣ ଦାସ ଏକ ନିର୍ବାଚନୀ କେସର ଗୁରୁତ୍ଵପୂର୍ଣ୍ଣ, ଐତିହାସିକ ରାୟ ପ୍ରକାଶ କରିଛନ୍ତି l

୩ଗୋଟି ସନ୍ତାନ ଥିବା ସରପଞ୍ଚ ଙ୍କୁ ଅଯୋଗ୍ୟ ଗୋଷଣା କଲେ ମାନ୍ୟବର କୋର୍ଟ l ପ୍ରାପ୍ତ ସୂଚନା ମତେ ଗତ ୨୦୨୨ ମସିହା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ପଦବୀ ପାଇଁ ଦୁଇ ମୁଖୀ ପ୍ରତିଦ୍ବନ୍ଦୀତା ହୋଇଥିଲା l ଏଥିରେ ଶ୍ରୀମତୀ ସୁନୀତା ମାଝୀ ବିଜୟ ଲାଭ କରିଥିଲେ ଏବଂ ତାଙ୍କ ପ୍ରତିଦ୍ବନ୍ଦୀ ଶ୍ରୀମତୀ ପ୍ରଭାସିନୀ ଖଟୁଆ ପରାଜୟ ହୋଇଥିଲେ l ଶ୍ରୀମତୀ ମାଝୀ ଙ୍କୁ ସରପଞ୍ଚ ପଦବୀ ପାଇଁ ପ୍ରଶାସନ ଘୋଷଣା କଲାପରେ ପ୍ରତିଦ୍ବନ୍ଦୀ ପ୍ରାଥିନି ଶ୍ରୀମତୀ ଖଟୁଆ କଣ୍ଟାମାଳ କୋର୍ଟର ଦ୍ବାରସ୍ତ ହୋଇ ଏକ ମାମଳା ଦାୟର କରିଥିଲେ l ଯାହାର ଇଲେକ୍ସନ କେସ ନଂ -୧/୨୦୨୨ଶ୍ରୀମତୀ ଖଟୁଆ ତାଙ୍କ ଇଲେକ୍ସନ ପିଟିସନରେ ଉଲ୍ଲେଖ କରିଥିଲେ ଯେ ଖୁଣ୍ଟିଗୋରା ସରପଞ୍ଚ ଶ୍ରୀମତୀ ମାଝୀଙ୍କର ୩ ଗୋଟି ସନ୍ତାନ ଅଛନ୍ତି l

ଯାହାକି ଆଇନ ଅନୁସାରେ ଅସିଦ୍ଧ ଘୋଷିତ ହେବେ, ସେହି ସନ୍ତାନଙ୍କ ନାମ ଯଥା କ୍ରମେ, ଅର୍ଯ୍ୟାଦେବୀ ଭୋଇ, ଆଦ୍ୟାଦେବି ଭୋଇ, କ୍ରିଷ୍ଣା ଭୋଇ l ମାନ୍ୟବର ସିଭିଲଜର୍ଜ କମ୍ ଇଲେକ୍ସନ ଟ୍ରିବୁନାଲ କୋର୍ଟ ସାକ୍ଷୀ ମାନଙ୍କ ବୟାନ ଏବଂ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜକୁ ଅଧାରକରୀ ଶ୍ରୀମତୀ ସୁନୀତା ମାଝୀ ଙ୍କୁ ଅଯୋଗ୍ୟ ଘୋଷଣା କଲେ l ଏବଂ ପ୍ରତିଦ୍ବନ୍ଦୀ ପ୍ରାର୍ଥୀନୀ ଶ୍ରୀମତୀ ପ୍ରଭାସିନୀ ଖଟୁଆ ଙ୍କୁ ସରପଞ୍ଚ ଭାବେ ଘୋଷଣା କଲେ l ଶ୍ରୀମତୀ ପ୍ରଭାସିନୀ ଖଟୁଆଙ୍କ ତରଫରୁ ବୌଦ୍ଧ ବରିଷ୍ଠ ଓକିଲ ଶ୍ରୀ ସଚିଦାନନ୍ଦ ଦଲାଲ, ଶ୍ରୀ ରାଜୀବ କୁମାର ଦଲାଲ ଏବଂ କଣ୍ଟାମାଳ ର ବରିଷ୍ଠ ଓକିଲ ଶ୍ରୀଯୁକ୍ତ କୌଲାସ ବାରିକ ମାମଲା ପରିଚାଳନା କରୁଥିଲେ l କୋର୍ଟ ଙ୍କ ଏହି ରାୟ କୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି l ଖୁଣ୍ଟିଗୋରା ଗ୍ରାମ ପଞ୍ଚାୟତ ବାସୀ ଏବଂ ଏହି ଯଥାର୍ଥ ରାୟକୁ ସମ୍ମାନ ଜଣାଇଛନ୍ତି l ପ୍ରତିଦ୍ବନ୍ଦୀ ଶ୍ରୀମତୀ ପ୍ରଭାସିନୀ ଖଟୁଆ ଧର୍ମର ଜୟ ହୋଇଛି ବୋଲି ପ୍ରକାଶ କରିଛନ୍ତି l