ବରଗଛରେ ପିଟିଲା ଚାରିଚକିଆ, ୮ ଜଣ ଆହତ

0
43
ବରଗଛରେ ପିଟିଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୩/୧୨) : ବରଗଛରେ ପିଟିଲା ଚାରିଚକିଆ ଗାଡି । ୮ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୪ ଗୁରୁତର ଶିଶୁଥିବା ସୂଚନା ।

ପ୍ରଥମେ ଗୋପ ପରେ ଭୂବନେଶ୍ୱର ସ୍ଥାନାନ୍ତରିତ ହେବା ବେଳେ ଘଟଣାସ୍ଥାନରୁ ଡ୍ରାଇଭର ଫେରାର । କୋଣାର୍କ ପୋଲିସ ଗାଡିକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି । ସମସ୍ତ ପର୍ଯ୍ୟଟକ ଗୋଟିଏ ପରିବାରର । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବିରାହାଟ ଗାଁ’ରୁ ୧୩ ଜଣ ପର୍ଯ୍ୟଟକ ୟୁଙ୍ଗର ଗାଡ଼ିରେ କୋଣାର୍କ ଓ ପୁରୀ ବୁଲିବାକୁ ଆସୁଥିଲେ । କୋଣାର୍କ ନିକଟ ଜୁଣେଇ ବଜାର ନିକଟସ୍ଥ ଏକ ବରଗଛରେ ପିଟି ହୋଇ ଓଲଟି ପଡିଥିଲା । ଗାଡିଟି ଦ୍ରୁତ ଗତିରେ ଯାଉଥିବା ବେଳେ ଡ୍ରାଇଭରଙ୍କ ଆଖି ପଡିଯିବାରୁ ଏଭଳି ହୋଇଥିବା କୋଣାର୍କ ପୋଲିସ କହିଛି ।