ରେଙ୍ଗାଲି ଖେଳ ପଡିଆ ଠାରେ କଂଗ୍ରେସ କର୍ମୀ ସମ୍ବିଳନୀ, ମିଶ୍ରଣ ପର୍ବ ଅନୁଷ୍ଠିତ

0
52
ରେଙ୍ଗାଲି ଖେଳ ପଡିଆ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୨/୧୨) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଇଚ୍ଛାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି ଖେଲ ପଡିଆଠାରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପକ୍ଷରୁ କର୍ମୀ ସମ୍ବିଳନୀ, ଓ ମିଶ୍ରଣ ପର୍ବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିଲା ।Whatsapp Image 2023 12 22 At 19.55.16

ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଓଡ଼ିଶା ର ଯୁବ କଂଗ୍ରେସ ସଭାପତି ଅମିତ୍ ସି ସାଲୁଜା (ସେ ଜି) ଉପସ୍ଥିତ ଥିଲେ । ଏହି ଅବସରରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ସନ୍ତୋଷ ସିଂ ସାଲୁଜା ଓ ଯୁବନେତା ଅମିତ ସିଂ ସାଲୁଜାଙ୍କ ଉପସ୍ଥିତରେ କଂଗ୍ରେସ ସମ୍ବିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

ଇଚ୍ଛାପଡା ସରପଞ୍ଚ ସୁବାସିନୀ ବେହେରା, ପୂର୍ବତନ ସରପଞ୍ଚ ଭଗବାନ ପଧାନ, ଇଚ୍ଛାପଡା ୱାର୍ଡ ମେମ୍ବର ଉଗ୍ରେସନ ପରାଭୋଇ, ଜିଗେଶ୍ୱର ବେଣ୍ଟକାର, ସୁବାଷ ବଏ, ପୂର୍ଣ୍ଣ ଥପା, ବେଲମତି ମହାନନ୍ଦ, ଜୁଧେଷ୍ଟି ମାଝୀ, ଛନକ ବାଗ, ଗୁଳାପ ଭୋଇ, ପରୀକ୍ଷିତ ରାଉତ, ଯୁଗଳ କିଶୋର ପୋଡ଼, ମହାଦେବ ଚାନ୍ଦିନୀ, ଅଶୋକ ମାଝୀ, ବିଭୁତି ପାରାଭୋଇ, ଗୁରୁ ଦୟାଲ ବେହେରା, ଗୋବିନ୍ଦ ବେହେରା, ଭୁବନ ପାରାଭୋଇ, ଫଟୁ ଭୋଇ, କରୁଣା ପୋଡ଼, ବାଳଗୋପାଳ ସେଲମା, ଦୁଃଖିଶ୍ୟାମ ରଣା, ନରେନ୍ଦ୍ର ମେହେର, ଚୂଡ଼ାମଣି ରଣା, ଦଶମୁ ଥେନାପତି, ଶଙ୍କର ମୁଗ୍ରୀ ପ୍ରମୁଖ ଅନ୍ୟ ଦଳର କାର୍ଯ୍ୟକର୍ତ୍ତା କଂଗ୍ରେସର ନୀତି ଆଦର୍ଶ ତଥା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ତାଙ୍କ ସୁପତ୍ର ଅମିତ ସିଂ ସାଲୁଜାଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ତାଙ୍କ ଉପସ୍ଥିତରେ ୭୦ ଜଣରୁ ଉର୍ଦ୍ଧ ଅନ୍ୟ ଦଳରୁ ଛାଡି କଂଗ୍ରେସ ଦଳରେ ବିଧିବଦ୍ଧ ଯୋଗଦାନ କରିଛନ୍ତି । ବିଧାୟକ ଶ୍ରୀ ସାଲୁଜା ସମସ୍ତଙ୍କୁ ଫୁଲମାଳ ଦେଇ ସ୍ୱାଗତ ଜଣାଇଥିଲେ ।