ସଂସ୍କୃତି ଓ ଭାଇଚାରାର ମହୋତ୍ସବ ନାଁ’ରେ ଖାଦ୍ୟର ଅପଚୟ

0
57
ସଂସ୍କୃତି ଓ ଭାଇଚାରାର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୪/୧୨) : ରାୟଗଡା ଜିଲ୍ଲାର ବିଭିନ୍ନ ବ୍ଲକରେ ଚଇତି ଅନୁଷ୍ଠିତ ହୋଇଯାଇଥିବା ବେଳେ ଗତକାଲି ଗୁଣପୁରରେ ଦୁଇ ଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ ଚଇତି ଇଡିତାଲ ଉଦଯାପିତ ହୋଇଯାଇଛି ।Whatsapp Image 2023 12 24 At 17.36.24

ଏହି ଚଇତି ଉତ୍ସବ ଆଦିବାସୀ ମାନଙ୍କ କଳା, ସଂସ୍କୃତିକୁ ଉଜ୍ଜୀବିତ କରିବା ସହ ନାଚଗୀତର ଆସର ଜମିଥିଲା । ଏହି ଉତ୍ସବ ପାଇଁ ଦୂର ଦୁରାନ୍ତରୁ ଆସିଥିବା ଥିବା କଳାକାର ଓ ପ୍ରତିଯୋଗୀଙ୍କ ପାଇଁ ଚଇତି କମିଟି ତରଫରୁ ପ୍ରତିବର୍ଷ ଖାଦ୍ୟପେୟ ର ବ୍ୟବସ୍ଥା କରାଯାଇଥାଏ । ଗତ କାଲି ମଧ୍ୟ ସେମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା ଚଇତି ମଣ୍ଡପଠାରୁ ୧ କିଲୋମିଟର ଦୂରରେ ଥିବା ଆମ ବଜାର ପରିସର ମଧ୍ୟରେ ଆୟୋଜନ କରାଯାଇଥିଲା । କିନ୍ତୁ ଚଇତି ଇଡ଼ିତାଲ କମିଟିର ଅବ୍ୟବସ୍ଥା ହେଉ କି ବେପରୁଆ ମନୋଭାବ ଯୋଗୁଁ କଳାକାର ଓ ପ୍ରତିଯୋଗୀ ମନେ ନଖାଇ ଫେରିଯାଇ ଥିବା ଦେଖିବାକୁ ମିଳିଥିଲା ।

ପ୍ରତିଯୋଗି ଓ କଳାକାର ମାନଙ୍କୁ ଖାଦ୍ୟ ରନ୍ଧା ଯାଇଥିବା ସୂଚନା ନଥିଲା, ଯାହା ଫଳରେ ହଣ୍ଡା ହଣ୍ଡା ରନ୍ଧା ଖାଦ୍ୟ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ଗରିବ କୁ ଦିନକୁ ଦିମୁଠା ଖାଇବାକୁ ମିଳୁ ନଥିବା ବେଳେ ଚଇତି କମିଟି ର ଏଭଳି ହଣ୍ଡାହଣ୍ଡା ଖାଦ୍ୟ ଫିଙ୍ଗିବା ଏକ ନିନ୍ଦନୀୟ ବିଷୟ । ଖାଦ୍ୟ କମିଟି ସଭ୍ୟ ମାନଙ୍କ ମଧ୍ୟରେ ସମନ୍ୱୟର ଅଭାବରୁ ଏପରି ହୋଇଥିବା କୁହାଯାଉଥିବା ବେଳେ,କାହା ଟଙ୍କାରେ ଏବଂ କିଭଳି ଭାବେ ଏତେ ଖର୍ଚ୍ଚରେ ରନ୍ଧା ଯାଇଥିବା ହଣ୍ଡା ହଣ୍ଡା ଖାଦ୍ୟକୁ ଫିଙ୍ଗାଗଲା ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହାଭୁଲ ପାଇଁ ଫିଙ୍ଗିବାକୁ ପଡିଲା ଏତେ ପରିମାଣର ଖାଦ୍ୟ ? କଣ କରୁଥିଲେ ଚଇତି ଇଡ଼ିତାଲର ଆବାହକ ଓ ଅଧ୍ୟକ୍ଷ ? ଏତେ ପରିମାଣର ଖାଦ୍ୟନଷ୍ଟ ପାଇଁ ଦାୟୀ କିଏ ? ଖାଲି ସେତିକି ନୁହେଁ ପ୍ରତିଯୋଗି ଓ ନୃତ୍ୟଶିଳ୍ପୀ ମାନଙ୍କୁ ଵସିବା ପାଇଁ କୌଣସି ବ୍ୟବସ୍ଥା ନଥିଲା ।

ପ୍ରତିଯୋଗି ମାନେ କେତେବେଳେ ପ୍ରେସ ଗ୍ୟାଲେରୀରେ ତ କେତେବେଳେ ଅତିଥି ଗ୍ୟାଲେରୀରେ ବସି ତଡ଼ା ଖାଉଥିବା ଦେଖିବାକୁ ମିଳିଥିଲା । ପିଇବା ପାଣିର ସୁବିଧା ଥାଇ ମଧ୍ୟ ନଥିବା ପରି ମନେ ହେଉଥିଲା । ପାଣି ଟ୍ୟାଙ୍କର ଟିଏ ଥୋଇଦେଇ କମିଟି ତାର କର୍ତ୍ତବ୍ୟ ସାରିଦେଇଥିଲା । ପ୍ରତିଯୋଗି ମାନେ ପାଦୁକା ପିଇବା ପରି ପାଣି ପିଉଥିବା ଦେଖିବାକୁ ମିଳିଥିଲା ‌। ତେବେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏତେଵଡ ଆୟୋଜନ କରି ଏପରି ଅବ୍ୟବସ୍ଥାକୁ ବୁଦ୍ଧିଜୀବି ମହଲରେ ତୀବ୍ର ନିନ୍ଦା କରାଯାଇଛି ।

ଗୁଣପୁର ମାଟି ଗୋଟେ ସ୍ୱାଭିମାନର ମାଟି । ଏଭଳି ସ୍ୱାଭିମାନ ମାଟିରେ ଦୂର ଦୂରାନ୍ତ ରୁ ଆସିଥିବା ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ସୁନାମଧନ୍ୟ କଳାକାର ଯେଉଁ ମାନେ ନିଜ କଳା ପାଇଁ ରାଜ୍ୟ ସ୍ତରରେ ସମ୍ମାନୀତ ହୋଇଛନ୍ତି ସେମାନଙ୍କୁ ଏମିତି ଅପମାନ କରିବା କେତେ ଦୂର ଠିକ୍ ବୋଲି ଲୋକେ ଆଲୋଚନା କରୁଥିବା ଶୁଣିବାକୁ ମିଳିଛି । ବିଶେଷ କରି କଳାକାର ଓ ପ୍ରତିଯୋଗୀ ମାନେ ଖାଦ୍ୟ ନ ଖାଇ ଚାଲି ଯିବା ଓ ଏତେ ପରିମାଣର ଖାଦ୍ୟ ଫିଙ୍ଗାଯିବାକୁ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଇଛି ।