ନିର୍ମାଣ ହେବାକୁ ଥିବା ସିଭିଲ କୋର୍ଟର ଡକ୍ଟର ଷଡ଼ଙ୍ଗୀଙ୍କ କର କୋମଳରେ ଶିଳାନ୍ୟାସ ହୋଇଥିଲା

0
47
ନିର୍ମାଣ ହେବାକୁ ଥିବା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪/୧୨) : କାଶୀନଗର ବ୍ଲକ ଅନ୍ତର୍ଗତ ଗୋରିବନ୍ଧା ପଞ୍ଚୟତର ଭୂପତି ଲକ୍ଷ୍ମୀପୁର ଗ୍ରାମଠାରେ ନିର୍ମାଣ ହେବାକୁ ଥିବା ସିଭିଲ କୋର୍ଟର ଆଜି ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟଧୀଶ ତଥା ଉଚ୍ଚ ଅଦାଲତ ନିର୍ମାଣ ପରିଷଦର ଅଧ୍ୟକ୍ଷ ଡକ୍ଟର ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କ କର କୋମଳରେ ଶିଳାନ୍ୟାସ ହୋଇଥିଲା ।

ଏହି ଶିଳାନ୍ୟାସ ସହ ଭୂମିପୂଜନ କାର୍ଯ୍ୟକ୍ରମରେ ଉଚ୍ଚ ନ୍ୟାୟାଳୟ ନ୍ୟାୟଧୀଶ ଶିବ ଶଙ୍କର ମିଶ୍ର ଓ ଗଜପତି ଜିଲ୍ଲା ବିଚାରପତି ପ୍ରଣବ କୁମାର ରାଉତ ରାୟଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କାଶୀନଗର କୋର୍ଟର ବିଚାରପତି ଅଙ୍କିତା ଗୁରୁ, ଗଜପତି ବାର କାଉନସିଲ ସଭାପତି ଓ ସଦସ୍ୟ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଏନ ଏ ସି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟାକ୍ଷା, ସ୍ଥାନୀୟ ତହସିଲଦାର ଓ ବିଡ଼ିଓ ଯୋଗ ଦେଇଥିଲେ ।