ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବର ପ୍ରସ୍ତୁତି ବୈଠକ

0
46
36ce5054 Fecc 487c Bfd1 Ccb3df712395

ରିପୋର୍ଟ: ରାଜେଶ ବାଗ//
ଉଲୁଣ୍ଡା ୨୩/୧୨): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ପଞ୍ଚାୟତ ବାଘପାଲି ବକୁଳ ମହୋତ୍ସବ ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଟ୍ରଷ୍ଟର ସଭାପତି ରାଜେନ୍ଦ୍ର ପ୍ରସାଦ ପାଢ଼ୀ ସଭାପତିତ୍ୱ କରିଥିଲେ l36ce5054 Fecc 487c Bfd1 Ccb3df712395

ଏଥିରେ ଟ୍ରଷ୍ଟର ସମ୍ପାଦକ ମକୁନ୍ଦ ଧରୁଆ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ lଏବଂ ଗତ ବର୍ଷର ଦାୟିତ୍ୱ ବଣ୍ଟନ ଉପରେ ଆଲୋଚନା କରିଥିଲେ l ପୂର୍ବ ବର୍ଷ ପରି ଦାୟିତ୍ୱ ପ୍ରଦାନ କରାଯାଇଥିଲା l ଏଥିରେ ସମସ୍ତ ସଦସ୍ୟ ସହମତି ପ୍ରକାଶ କରିଥଲେ l ଏବର୍ଷ କିଭଳି ଭାବରେ ମହୋତ୍ସବକୁ ଶାନ୍ତି ଶୃଙ୍ଖଳାରେ ସମପନା ହେବ ସେଥିପ୍ରତି ଆଲୋଚନା କରିଥିଲେ ଏବଂ ଭକ୍ତମାନଙ୍କୁ ସୁବିଧାରେ ପ୍ରସାଦ ସେବନ କରିବେ ସେଥିପ୍ରତି ଆଲୋଚନା କରିଥିଲେ l ଶେଷରେ ସଭାପତିଙ୍କ ନିର୍ଦେଶ ଅନୁଶାରେ ସଭା ସାଙ୍ଗ କରାଗଲା l ଏଥିରେ ସମ୍ପାଦକ ମକୁନ୍ଦ ଧରୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସାଙ୍ଗ କରିଥିଲେ l ଏଥିରେ ସମାରୁ ବଗର୍ତ୍ତୀ, ରଂଜିତ ଦେହେରି, ଯେହେରୁ ପଧାନ, ସତ ବଗର୍ତ୍ତୀ, ଜାନକୀ ଦେହେରି ନରସିଂହ ପଧାନ ଅବିଷେକ ଅମାତ, ମାଗି ପଧାନ, ପଦ୍ମନାଭ ପଣ୍ଡା, ଦୁର୍ବଦାଳ ବାରିକ ସହଯୋଗ କରିଥିଲେ l