ଟାଉନ ଥାନାରୁ ପୋଲିସ ବୋଲେରୋ ଚୋରି : ଅଭିଯୁକ୍ତ କୁ ଗିରଫ ସହ ବୋଲେରୋ ଉଦ୍ଧାର

0
255

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ,(୧୫/୦୯) : ଆଜି ଢେଙ୍କାନାଳର ଟାଉନ ଥାନାରୁ ପୋଲିସ ବୋଲେରୋକୁ ଚୋରି କରିନେବାରେ ସକ୍ଷମ ହୋଇଛି ଏକ ଦୁର୍ବୁତ୍ତ ।

ଲତାବାଇଁଶିଙ୍ଗ। ଗ୍ରାମର ଧର୍ମେନ୍ଦ୍ର ସ୍ୱାଇଁ ନାମକ ଜଣେ ବ୍ୟକ୍ତିକୁ ଥାନା କର୍ତ୍ତୃପକ୍ଷ ଏକ ଘଟଣାର ପଚାରପଚାରି ଉଦ୍ଦେଶ୍ୟରେ ଆଣିଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ଚଂଚକତା ଦେଖାଇ ଟାଉନ ଥାନାରୁ ପୋଲିସ ବୋଲେରୋକୁ ନେଇଯିବାରେ ସକ୍ଷମ ହୋଇଛି । ପୋଲିସ ଉକ୍ତ ବ୍ୟକ୍ତି ସହ ପୋଲିସ ବୋଲେରୋ ଟିକୁ କଟକ ଜିଲ୍ଲାସ୍ଥିତ ଖୁଣ୍ଟୁଣିରୁ ଉଦ୍ଧାର କରିବା ସହ ଉକ୍ତ ବ୍ୟକ୍ତିକୁ ଥାନାକୁ ଆଣି ଜେରା କରୁଛି ।