ଧନୁଯାତ୍ରା ମହୋତ୍ସବ ର ଚତୁର୍ଥ ସଂନ୍ଧ୍ୟା, ପୁତୁନା ନିହତରେ କଂସ ମର୍ମାହତ

0
52
ଧନୁଯାତ୍ରା ମହୋତ୍ସବ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୭/୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ସିଂଘିଯୁବା ପଞ୍ଚାୟତ କମିରା ଗ୍ରାମ ସମଲେଶ୍ବରୀ ପଡ଼ିଆରେ ଚାଳିଥିବା ଧନୁଯାତ୍ରା ମହୋତ୍ସବ ଶନିବାର ମହୋତ୍ସବ ଚତୁର୍ଥ ରଜନି l

ଗୋପପୁରରେରେ ଆନନ୍ଦ ଲହରି ଖେଲି ଯାଇବେଳେ ଗୋପପୁରରେ କୃଷ୍ଣଙ୍କ ଦ୍ବାରା ପୁତୁନା ନିହତ କରିଥିବା ଦୃସ୍ୟ ନାଟକ ମଞ୍ଚସ୍ଥ ହୋଇଥିଲା l ସେହିପରି ମଥୁରାପୁରରେ ମହା ପ୍ରତାପି କଂସ ମହାରାଜ ପୁତନା ନିହତରେ ମର୍ମାହତ ଦେବର୍ଷି ନାରଦଙ୍କ କ୍ରମେ ଷଡ଼ମଲ୍ଲ ବୀରକୁ ଗୋପପୁରକୁ ‌କୃଷ୍ଣ ଓ ବଳରାମ କୁ ନିତ କରିବାପାଇଁ ପ୍ରେରଣ ଦରବାରରେ ମଞ୍ଚସ୍ଥ ହୋଇଥିଲା l ଏଥିରେ କୃଷ୍ଣ -ସାଇ ଶାଶ୍ୱତ ମିଶ୍ର, ବଳରାମ-ବିମଲ ବାବୁ, ନନ୍ଦରାଜା- ଦଶରଥ ପଧାନ, ନନ୍ଦରାଣୀ- ଦିବାକର ଦାସ , ମାହାରଜ କଂସ ଭୂମିକାରେ -ଅନିଳ କୁମାର ନାଏକ, ମହାମନ୍ତ୍ରୀ ପଞ୍ଚାନନ ଦେହେରୀ, ମଲ୍ଲ -ରଘୁ ମହାକୁର, ଲୁହାବିର କମ୍ପ, ଡ଼ଗର- କିଶୋର ରାଉତ ଓ ରଂଜନ ବାଙ୍କ, ସେନାପତି ହଂସଦ୍ବଜ- ଘନସ୍ୟାମ ଦାସ,ଶଂଙ୍ଖ ଦ୍ବଜ-ଦଶରଥ ପଧାନ, ନାରଦ – ରାମଚନ୍ଦ୍ର ପାଣ୍ଡେ, ପ୍ରମୁଖ ବିଭିନ୍ନ ଭୁମିକାରେ ଅଭିନୟ କରିଥିଲେ l

ମହୋତ୍ସବ ପରିଚାଳନା କମିଟି କାର୍ଯ୍ୟକାରୀ ସଭାପତି ସଞ୍ଜୀବ ତ୍ରୀପାଠୀଙ୍କ ନେତୃତ୍ବରେ ବିଜେପି ରାଜ ଅତିଭାବରେ ବିଜେପି କାର୍ଯ୍ୟକାରୀଣି ସଦସ୍ୟ ଅଶୋକ ପୂଜାରୀ ମୂଖ୍ୟ ଅତିଥି, ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ବମ୍ବର ମିଶ୍ର, ଚରଦେଇ ମଣ୍ଡଳ ସଭାପତି ବିଶ୍ବଦେବ ବଡ଼ପଣ୍ଡା, ଚରଦେଇ ମଣ୍ଡଳ ସମ୍ପାଦକ ଉଦ୍ଧବ ମହାକୁର,, ଆନନ୍ଦ ବାରିକ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ପ୍ରଜା ମାନଙ୍କୁ ଏହି ପରିସ୍ଥିତି‌ରେ ଏକତ୍ରୀତ ହୋଇ କିପରି କୃର୍ଷ୍ଣକୁ ବଦ୍ଧ କରାଯାଇ ପରିବ ସେଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ l ରାଜ ଅତିଥି ମାନଙ୍କ ମନୋରଞ୍ଜନ ପାଇଁ ନୃତ୍ୟକି ମାନଙ୍କ ଦ୍ବାରା ନାଚଗୀତ ପରିବେଷଣ ହୋଇଥିଲା l ହିରା ମହାକୁର ମଞ୍ଚ ପରିଚାଳନା କରିଥିଲା ବେଳେ ପଞ୍ଚାନନ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ l