ବାରାହା ଆକ୍ରମଣରେ ୩ ଗୁରୁତର

1
46
ବାରାହା ଆକ୍ରମଣରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୯/୧୨) : ବାରାହା ଆକ୍ରମଣରେ ୩ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦପୁର ଥାନା ଅନ୍ତର୍ଗତ ଅଅଁଳାକୁଦ ଗାଁ’ରେ ।

ଆହତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି । ଆଜି ସକାଳେ ଘର ବାରିପଟ ବାଡିରେ ଦୁଇ ଜଣ ଚାଷୀ ଚାଷ କାର୍ଯ୍ୟ କରୁଥିବା ସମୟରେ ସେମାନଙ୍କୁ ବାରହା ଆକ୍ରମଣ କରିଥିଲା । ସେହିପରି ଜଣେ ମତ୍ସ୍ୟଜୀବୀ ଚିଲିକାରୁ ମାଛମାରୀ ଫେରୁଥିବା ସମୟରେ ତାଙ୍କୁ ଜଙ୍ଗଲି ବାରହାଟି ଆକ୍ରମଣ କରିଥିଲା । ଆହତ ମାନଙ୍କୁ ପ୍ରଥମେ ନୂଆପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି । ଗୋଟିଏ ଗାଁର ତିନିଜଣଙ୍କୁ ବାରହା ଆକ୍ରମଣ କରିବା ପରେ ଗ୍ରାମବାସୀ ଭୟବୀତ ହୋଇପଡ଼ିଛନ୍ତି ।

1 COMMENT

Comments are closed.