ଜମି ପାଇଁ ହଣାହଣି; ୬ ଗୁରୁତର

0
49
ଜମି ପାଇଁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୯/୧୨) : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହଣାକଟା ହୋଇଛି । ହଣାକଟାରେ ଉଭୟ ପରିବାରରେ ୬ଜଣ ଗୁରୁତର ଆହତ ହୋଇଛନ୍ତି ।

ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ବରାଳ ପୋଖୋରୀ ଏକ ନମ୍ବର ୱାର୍ଡରେ । ଆହତ ମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି । ଆହତଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି । ଦଳେଇ ଓ ସେନାପତି ପରିବାର ମଧ୍ୟରେ ଦୀର୍ଘ ୪ବର୍ଷ ହେଲା ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଛି । ଗତକାଲି ଜମିଜମାକୁ ଉଭୟ ପରିବାର ମଧ୍ୟରେ ବିବାଦ ହୋଇଥିଲା । ପରେ ଏହି ବିବାଦ ଉଗ୍ରରୂପ ନେଇଥିଲା । ଉଭୟ ପରିବାର ମଧ୍ୟରେ ହଣାକଟା ହୋଇଥିଲା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ଗାଁ’ରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୃତୟନ କରାଯାଇଛି । ଦଳେଇ ଓ ସେନାପତି ପରିବାର ସମ୍ପର୍କୀୟ ହେବେ । ପୁଲିସ ଘଟଣାର ତଦନ୍ତ କରୁଛି ।