ନିଆରା ଢଙ୍ଗରେ ଇଂରାଜୀ ନବବର୍ଷ ପାଳନ କଲେ ଜିଲ୍ଲା ସାମ୍ବାଦିକ ସଂଘ

0
61
ନିଆରା ଢଙ୍ଗରେ

ରିପୋର୍ଟ : ଗୋପୀନାଥ ଗୌଡ଼ // ନରୋତ୍ତମ ପାଢ଼ୀ
ରାୟଗଡା, (୦୨/୦୧) : ପ୍ରତେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଆରା ଢଙ୍ଗରେ ଇଂରାଜୀ ନବବର୍ଷ ପାଳନ କଲେ ଜିଲ୍ଲା ସାମ୍ବାଦିକ ସଂଘWhatsapp Image 2024 01 01 At 17.13.03

ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଡକ୍ଟର ବାଦଲ କୁମାର ତା ଙ୍କ ନେତୃତ୍ୱ ରେ ଆଜି ସଂଘ ର ସଭ୍ୟ ମାନେ ପ୍ରଥମେ ସଂସ୍କୃତି ଭବନ ସମ୍ମୁଖରେ ଏକତ୍ରିତ ହେଲାପରେ ସେଠାରୁ ସମସ୍ତେ ସ୍ଥାନୀୟ ମାଁ ମଝିଘରିଆଣି ଙ୍କ ମନ୍ଦିର ପହଞ୍ଚିଥିଲେ । ମନ୍ଦିର ରେ ମାଁଙ୍କ ଦର୍ଶନ କରି ଆଶୀର୍ବାଦ ନେବାପରେ ସେଠାରୁ ଜଗନ୍ନାଥ ମନ୍ଦିର ଜାଇ ଦର୍ଶନ କରିସାରିଲା ପରେ ବ୍ରାହ୍ମଣ ସାହି ନିକଟସ୍ଥ ଶ୍ରୀରାମ ମନ୍ଦିର ଜାଇ ଆଶୀର୍ବାଦ ଭିକ୍ଷା କଲେ ।ସେଠାରୁ ବାଲୁଙ୍କେଶ୍ୱର ମନ୍ଦିର ଜାଇ ନବବର୍ଷ ପ୍ରଥମ ଦିନରେ ଦର୍ଶନ ସାରିଲେ ।

ସମସ୍ତ ମନ୍ଦିରର ବାହାରେ ବସିଥିବା ଗରିବ ଅସହାୟ ଲୋକ ମାନଙ୍କୁ ସଂଘ ତରଫରୁ କିଛି ଆର୍ଥିକ ସହାୟତା ସହ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସଂଘର ସାଧାରଣ ସମ୍ପାଦକ ଶ୍ରୀ ରବୀନ୍ଦ୍ର ପାଟଖଣ୍ଡଲ, ଶ୍ରୀ ଅଜୟ ରଥ, ଶ୍ରୀ ବିଜୟ ଦାଶ, ଶ୍ରୀ ଶ୍ୟାମ ଦାଶ, ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା,ଶ୍ରୀ ଏମ୍ ବିଦ୍ୟା ସାଗର, ଶ୍ରୀ ଗଣେଶ ସାହୁ, ଶ୍ରୀ ରବି ନାରାୟଣ ବୈଦ୍ୟ, ଶ୍ରୀ ସରୋଜ କୁମାର ମହାପାତ୍ର, ଶ୍ରୀ ପ୍ରମୋଦ କୁମାର ପଣ୍ଡାଓ ଶ୍ରୀ ଅକ୍ଷୟ ପୀଡିଷିକା ପ୍ରମୁଖ ଉପସ୍ଥିତ ଥିଲେ । ବଡବଡିଆଙ୍କୁ ଶୁଭେଚ୍ଛା ତ ସମସ୍ତେ ଦେବେ କିନ୍ତୁ ଗରିବ ଅସହାୟଙ୍କୁ କିଛି ମୁହୂର୍ତ୍ତ ପାଇଁ ତାଙ୍କରି ମୁହଁରେ ହସ ଦେବା ଏକ ନିଆରା ଅନୁଭୂତି ବୋଲି ଡକ୍ଟର ବାଦଲ କୁମାର ତା କହିଛନ୍ତି । ଜିଲ୍ଲା ସାମ୍ବାଦିକ ସଂଘ ର ଏପରି ଚିନ୍ତନ ପାଇଁ ସାଧାରଣରେ ପ୍ରଶଂସା କରିଛନ୍ତି ।