ରେଡକ୍ରସ ତରଫରୁ ନୂଆ ବର୍ଷରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

0
29
ରେଡକ୍ରସ ତରଫରୁ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୨/୦୧) : ନୂତନ ବର୍ଷକୁ ବିଭିନ୍ନ ବ୍ୟକ୍ତି, ଗୋଷ୍ଠୀ ତଥା ସାମାଜିକ ଅନୁଷ୍ଠାନ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ସୁସ୍ୱାଗତ କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିରୋ ନାଇଟରେ ସ୍ୱେଚ୍ଛାକୃତ ରକ୍ତଦାନ କରି ନୂତନ ବର୍ଷ-୨୦୨୪କୁ ସ୍ୱାଗତ କରିଛି ।

ରେଡକ୍ରସ ତରଫରୁ ନୂଆ ବର୍ଷରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ । ସଡକ ଦୁର୍ଘଟଣା ଯୋଗୁଁ ବ୍ୟକ୍ତି ବିଶେଷଙ୍କର ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ମାର୍ଗଦର୍ଶନରେ ଓଡିଶା ରକ୍ତ କେନ୍ଦ୍ର , ସୋନପୁର ଠାରେ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧ୍ୟକ୍ଷ ଡା. ଦୁର୍ଗାଦତ୍ତ ଦାଶ ଏବଂ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡା. ରାଧାକାନ୍ତ ଗଡତିଆ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଦୁଇ ଦିନ ବ୍ୟାପୀ ହୋଇଥିବା ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୫୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।

ଓଡିଶା ରକ୍ତ କେନ୍ଦ୍ରର କର୍ମଚାରୀ ଜଗତ ଦରୱାନ, ଟିଟୁ ଭୋଇ, ରଂଜିତା ଦରୱାନ, ସଂଜୁଲତା ବିଶ୍ୱାଲ, ଜୁନିୟର ରେଡକ୍ରସ କାଉନସିଲର ଜଗଦିଶ ଦାଶ, ସୁନନ୍ଦା ଦାଶ, ପୁଷ୍ପାଞ୍ଜଳି ନାୟକ, ସୁଧାମୟୀ ଆଚାର୍ଯ୍ୟ, ସନତ କୁମାର ମିଶ୍ର, ସସ୍ମିତା ହୋତା, ଗୋପେଶ ପଣ୍ଡା, ରବିଚନ୍ଦ୍ର ପଶାୟତ, ଗତିକୃଷ୍ଣ ମିଶ୍ର, କାଲିଆ କର୍ମି, ରାଜେଶ୍ୱରୀ କର୍ମି, ଲୋକନାଥ ମେହେର, ହେମନ୍ତ ମେହେର, ଅନୀତା ମହାରା, ବନମାଳୀ ସାହୁ, ଚନ୍ଦ୍ରମଣି ବାଘ, ଚନ୍ଦ୍ର ଶେଖର ମହାପାତ୍ର ତଥା ଅନ୍ୟମାନେ ରକ୍ତଦାନ କରିଥିଲେ । ଶିବିରରେ ଆୟୋଜକ ମାୟାବର୍ହା ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀ ସ୍ୱତଃପ୍ରବୃତ୍ତ ଭାବରେ ରକ୍ତଦାନ କରିଥିଲେ । ଚାରି ଯୋଡା ସପତ୍ନୀକ ରକ୍ତଦାନ କରିବା ହିଁ ଶିବିରର ବିଶେଷ ଆକର୍ଷଣ ଥଲା ।

କାର୍ଯ୍ୟକ୍ରମରେ ରାଜ୍ୟ ପୁରସ୍କାର ପ୍ରାପ୍ତ ସମାଜସେବୀ ଶିକ୍ଷକ ରାମ ନାରାୟଣ ଦାଶ, ଅନନ୍ତରାମ ପାଢୀ, ଓଡିଶା ରକ୍ତ କେନ୍ଦ୍ର ସୋନପୁରର କର୍ମଚାରୀ ଯୁଧିଷ୍ଠୀର ନାଏକ, ସୁଦାମ ବିଶ୍ୱାଲ,ସତ୍ୟବ୍ରତ ତାଣ୍ଡି, ରେବତୀ ମହାପାତ୍ର, ଟଙ୍କଧର କୁଅଁର ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ପରିଚାଳନା କରିଥିବା ବେଳେ ଉପସଭାପତି ଗତିକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।