ସ୍କୁଟି ଉପରେ ଚଢ଼ିଗଲା ହାଇୱା, ବାପ ଓ ପୁଅ ମୃତ

0
38
ସ୍କୁଟି ଉପରେ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୨/୦୧) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଟ୍ରାଫିକ ଛକରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା l ହାଇୱା ଚାପାରେ ଦୁଇ ସ୍କୁଟି ଆରୋହୀ ଉଭୟ ବାପ ପୁଅଙ୍କ ମୃତ ହୋଇଛି ।

ସ୍କୁଟି ଉପରେ ଚଢ଼ିଗଲା ହାଇୱା, ବାପ ଓ ପୁଅ ମୃତ ମୃତ । ବ୍ଯକ୍ତି ହେଲେ ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ଦେଉଳ ପଦର ଗାଁ’ର ବୋଲି ସୂଚନା ମିଳିଛି l ରାଜକୁମାର ମହାକୁର ପୁଅ ଓମପ୍ରିତ ସୋନପୁର ରେ ରହୁଥିଲେ l ରାଜକୁମାର ପୁଅ କୁ ଧରୀ ଟିଉସନ ରୁ ଫେରୁଥିବା ବେଳେ ଦୁର୍ଘଟଣା ବ୍ଲକ ଛକ ରେ ଘଟିଥିଲା l ଏଥିରେ ବାପ ରାଜକୁମାର ମହାକୁର (୫୦) ଓ ପୁଅ ଓମପ୍ରୀତ (୧୬) ଉଭୟଙ୍କ ମୃତ୍ୟୁ ହୋଇଯାଇଛି l ଘଟଣା ସ୍ଥଳରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ,ଅତିରିକ୍ତ ଜିଲ୍ଲାପାଳ ଉତ୍ୟକ୍ତ ଲୋକ ମାନଙ୍କୁ ଶାନ୍ତ ଶୃଖଳା ରକ୍ଷା କରିବାକୁ ଅନୁରୋଧ କରିଥିଲେ l ସୂଚନା ଅନୁସାରେ ସମ୍ବଲପୁର ମହାନଦୀ ସେତୁ ପଟୁ ଆସୁଥିବା ହାଇୱା ଦୁଇ ସ୍କୁଟି ଆରୋହିକୁ ଚାପି ଦେଇ ଫେରାର ମାରିଥିଲା ।

ତେବେ ଫେରାର ମାରିବା ବେଳେ ସ୍କୁଟି ହଇୱାରେ ନିଆଁ ଲାଗି ଯାଇଥିଲା । ଫଳରେ ଗୋଟିଏ କିମି ଗଲା ପରେ ରାସ୍ତାରେ ଜଳିଗଲା ହାଇୱା । ଜିଲ୍ଲାପାଳ ଅଫିସ୍ ଆଗରେ ହାଇୱାରେ ନିଆଁ ଲାଗି ଯାଇଛି । ରାସ୍ତା ଉପରେ ଗାଡି ଛାଡି ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି । ସେପଟେ ବ୍ଲକ ଛକରେ ଲୋକଙ୍କ ଉତ୍ତେଜନା ରହି ଥିବାରୁ ଘଟଣାସ୍ଥଳରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୁଲିସ ଟିମ ସହ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛନ୍ତି । ଏପରି କି ଲୋକ ଉତ୍ତେଜିତ ହୋଇ ପୁଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି l