୨୫ ଟିକିଆ ହାତୀପଲ ଭାଙ୍ଗିଲେ ଘର; ବନ ବିଭାଗ ସହ ଗ୍ରାମବାସୀ ମୁହାଁମୁହିଁ

1
40
୨୫ ଟିକିଆ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୦୪/୦୧) : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ପୁଣି ୨୫ ଟିକିଆ ହାତୀ ପଲ ପ୍ରବେଶ କରି ବ୍ୟାପକ କ୍ଷତି ଘଟାଇଛନ୍ତି ।

ବିଭିନ୍ନ ସ୍ଥାନରେ ୧୦ ଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ଦେଉଥିବାରୁ ବନ ବିଭାଗ ସହ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରେ ପ୍ରଥମେ ଏରେଣ୍ଡେଇ, ମଙ୍ଗଳପୁର ଓ ଡିଆନାଳି ଗ୍ରାମରେ ୬ଟି ଘର ଭାଙ୍ଗି ଦେଇଛନ୍ତି । ପରେ ଭୋରରୁ ଧାନବେଣୀ ଗ୍ରାମରେ ପଶି ଆତଙ୍କ ଖେଳାଇ ୪ଟି ଘର ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି । ଏହା ସହ ପରିବା ଚାଷ ନଷ୍ଟ କରିଦେଇଛନ୍ତି । ଆଜି ଧାନବେଣୀ ଗ୍ରାମରେ ବନ ବିଭାଗ ପହଞ୍ଚିବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ବନ ବିଭାଗ କର୍ମଚାରୀଙ୍କୁ କିଛି ସମୟ ପାଇଁ ଗ୍ରାମବାସୀ ଆଟକ ରଖିଥିଲେ । କ୍ଷତିଗ୍ରସ୍ତ ଲୋକମାନଙ୍କୁ କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଥିଲେ । ଏହା ସହ ଏହି ହାତୀ ପଲଙ୍କୁ ଅନ୍ୟତ୍ର ଘୋଡାଇବାକୁ ଦାବି କରିଛନ୍ତି ।

1 COMMENT

Comments are closed.