ଡିଭାଇଡରକୁ ଧକ୍କାଦେଇ ଓଲଟି ପଡିଲା କାର, ଜଣେ ମୃତ

1
51
ଡିଭାଇଡରକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୨/୦୧) : ଆନନ୍ଦପୁର ଉପଖଣ୍ଡ ୨୦ନଂ ଜାତୀୟ ରାଜପଥର ହସନପୁର ଟୋଲ୍ ଗେଟ୍ ନିକଟରେ ଡିଭାଇଡରକୁ ଧକ୍କାଦେଇ ଭାରସାମ୍ଯ ହରାଇ ଓଲଟିଲା କାର୍, ଜଣେ ମୃତ, ଜଣେ ଆହତ l

ଡିଭାଇଡରକୁ ଧକ୍କାଦେଇ ଓଲଟି ପଡିଲା କାର l ମୃତକ ଘଟଗାଁ ଅଞ୍ଚଳର ଅଜୟ ସାହୁ ଓ ଆାହତ ଘଷିପୁରା ଥାନା କଇନିପୁରା ଗାଁ’ର କୁଳମଣି ସାହୁ । ଉଭୟ ଟ୍ରକ ମାଲିକ ହୋଇଥିବାରୁ ନିଜ କାର ଯୋଗେ ଗତକାଲି ପାରାଦ୍ଵୀପ ପୋର୍ଟ ଯାଇଥିଲେ । ଫେରିବା ସମୟରେ ଆଜି ଭୋର୍ ସମୟରେ ଆଖି ଲାଗିଯିବାରୁ ହସନପୁର ଟୋଲ ଗେଟ ପୂର୍ବରୁ କିଛିଦୂରରେ କାରଟି ଡିଭାଇଡରକୁ ଧକ୍କାଦେଇ ଓଲଟି ପଡିଥିଲା । କାର ଚଳାଉଥିବା ଅଜୟଙ୍କ ଘଟଣା ସ୍ଥଳରେ ମୃତ୍ଯୁ ହୋଇଥିବା କୁହାଯାଉଛି । କୁଳମଣୀଙ୍କୁୁ ଆହତ ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସାପରେ ଘରକୁ ନିଆଯାଇଛି । ଉଭୟ କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘର Executiv Body Member ରହିଥିବାରୁ ଖବରପାଇ ଟ୍ରକ୍ ମାଲିକ ସଂଘ ର ସଭାପତି ଙ୍କ ସମେତ ଅନେକ କର୍ମକର୍ତା ଓ ସଦସ୍ଯଙ୍କ ଭିଡ ଡାକ୍ତରଖାନା ରେ ଦେଖିବାକୁ ମିଳିଛି l ଦୁର୍ଘଟଣାର ତଦନ୍କ ରାମଚନ୍ଦ୍ରପୁର ପୋଲିସ ଆରମ୍ଭ କରିଛି l

1 COMMENT

Comments are closed.